17 August 2017
7:07:55 PM
Sambad News
ଖେଳ

କ୍ରିକେଟ୍‌ ପ୍ରଶାସକ ପଦରୁ ବିଦାୟ ନେଲେ ଲଲିତ ମୋଦି

By Sambad | Date: Aug 12 2017 5:33PM
କ୍ରିକେଟ୍‌ ପ୍ରଶାସକ ପଦରୁ ବିଦାୟ ନେଲେ ଲଲିତ ମୋଦି

ନୂଆଦିଲ୍ଲୀ: ରାଜସ୍ଥାନ କ୍ରିକେଟ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ଶନିବାର କ୍ରିକେଟ୍‌ ପ୍ରଶାସକ ପଦରୁ ବିଦାୟ ନେଇଛନ୍ତି। ମୋଦି ନିଜ ଟୁଇଟର୍‌ରେ ସମସ୍ତ କ୍ରିକେଟ ପ୍ରେମୀ ଓ ତାରକାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆପିଏଲ୍‌)କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତିି।
 
ବିସିସିଆଇର ସିଇଓ ରାହୁଲ୍‌ ଜୋହରୀଙ୍କୁ ମୋଦି ଏକ ପତ୍ର ଜରିଆରେ କହିଛନ୍ତି ଯେ ‘ଭାରତୀୟ କ୍ରିକେଟ୍‌ ଦଳରେ ସାମିଲ୍‌ ହୋଇ ମୁଁ ଅଳ୍ପ କିଛି କରିପାରିଛି। ମୋର ୧୫ ବର୍ଷରୁ ଊର୍ଧ୍ୱ କାର୍ଯ୍ୟକାଳ ଭିତରେ ସମସ୍ତ ଯାତ୍ରାକୁ ମୁଁ ଉପଭୋଗ କରିଛି। ମାତ୍ର ବର୍ତ୍ତମାନ ପର ପିଢ଼ିଙ୍କ ବେଳ ଆସିଛି। ସେଥିପାଇଁ ମୁଁ କ୍ରିକେଟ୍‌ରୁ ବିଦାୟ ନେବାକୁ ଯାଉଛି। ଭାରତୀୟ କ୍ରିକେଟ୍‌ ଦଳ ପାଇଁ ମୁଁ କରିଥିବା ସ୍ୱଳ୍ପ କାର୍ଯ୍ୟରେ ମୁଁ ସନ୍ତୁଷ୍ଟ।’
 
ଉଲ୍ଲେଖଯୋଗ୍ୟ, ୨୦୦୫ ମସିହାରେ ଲଲିତ ମୋଦି ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ି ହୋଇଥିଲେ।