17 August 2017
7:12:25 PM
Sambad News
ଖେଳ

୯ ବର୍ଷରୁ କମ୍‌ ରାଜ୍ୟ ଚେସ୍‌: ଓପନ୍‌ରେ ୨୩, ବାଳିକାରେ ୧୧ ଆଗୁଆ

By Sambad | Date: Aug 13 2017 1:34AM
୯ ବର୍ଷରୁ କମ୍‌ ରାଜ୍ୟ ଚେସ୍‌: ଓପନ୍‌ରେ ୨୩, ବାଳିକାରେ ୧୧ ଆଗୁଆ

କଟକ: ଚହଟାସ୍ଥିତ ଗୌରବ ପ୍ୟାଲେସ୍‌ଠାରେ ୯ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଛି। କଟକ ଜିଲ୍ଲା ଚେସ୍‌ ସଂଘ ଆନୁକୂଲ୍ୟରେ ଓପନ୍‌ ଓ ବାଳିକା ବିଭାଗରେ ହେଉଥିବା ଏହି ପ୍ରତିଯୋଗିତା ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୭ ରାଉଣ୍ଡ  ବିଶିଷ୍ଟ ପ୍ରତିଯୋଗିତାର ପ୍ରଥମ ଦିନ ଦୁଇ ରାଉଣ୍ଡ ଶେଷରେ ଓପନ ବର୍ଗରେ ୨୩ (ପିନାସିସ୍‌ ଦାସ, ଆଦର୍ଶ ଅନୁଭବ, ଆଦିତ୍ୟ ନାରାୟଣ ଉପାଧ୍ୟାୟ, ଶ୍ରୀୟାଂଶ ଦାସ, କୌସ୍ତୁଭ ଦାଶ, ଅନ୍‌ସୁଲ୍‌ ପଣ୍ଡା, ଅନିରୁଦ୍ଧ ସାହୁ, ଆଦ୍ୟାନ ରଥ, ଅସ୍ମିତ ଅଂଶୁମାନ, ଆଦିଦ୍ୟ ରଂଜନ ଦାସ, ସ୍ୱୟଂ ଲକ୍ଷ୍ମୀଦତ୍ତ ସାବତ, ଶ୍ରେୟାଂଶ ହୋତା, ଆୟୁଷ ଅଭିଷେକ ଦାସ, ହୃଷିକେଶ ପଣ୍ଡା, ଆରିନ୍‌ ଅନେ୍ଵଷ ସ୍ୱାଇଁ, ଶ୍ରୀୟାଂଶ ଦେ, ସ୍ଥିତପ୍ରଜ୍ଞା ସାହୁ, ଆର୍ଯ୍ୟାନ୍‌ ମହାପାତ୍ର, ଶାଶ୍ୱତ ସୌମ୍ୟବ୍ରତ, ସୋହନ ମହାନ୍ତି, ଯୁବରାଜ ସାହୁ, ଅଭିନବ ପାଲ୍‌, ସତ୍ୟସ୍ୱୟମ୍‌ ପାଲ୍‌) ଜଣ ଦୁଇ ପଏଣ୍ଟ ଲେଖାଏଁ ସହ ମିଳିତ ଅଗ୍ରଣୀ ପାଇଛନ୍ତି। ସେହିପରି ବାଳିକା ବର୍ଗରେ ୧୧ (ଶିତା ରାଉତ, ଲୌସା ମହାପାତ୍ର, କ୍ରୀଷ୍ଣା ଅର୍ପିତା, ଅଦ୍‌ଭିକା ଦାସ, ସୁଶ୍ରୀ ଅନନ୍ୟା ରାଏ, ଅନିଷ୍କା ପାଣ୍ଡେ, ଆରୁଷି ଶ୍ରୀଚନ୍ଦନ, ରିତୁପର୍ଣ୍ଣା ତ୍ରିପାଠୀ, ଜୟଶ୍ରୀ ବାରିକ, ଶ୍ରଦ୍ଧା ମିଶ୍ର, ସ୍ମୃତି ସମୃଦ୍ଧି ଦାସ) ଜଣ ପୂର୍ଣ୍ଣ ପଏଣ୍ଟ ସହ ଆଗରେ ରହିଛନ୍ତି। ପ୍ରତିଯୋଗିତାକୁ ମୁଖ୍ୟ ଆର୍ବିଟର ତାପସ ମହାନ୍ତିଙ୍କ ସହ ଭବେଶ ମହାନ୍ତି ଓ ସନ୍ତୋଷ ମହାପାତ୍ର ପରିଚାଳନା କରୁଛନ୍ତି। ଉଦ୍‌ଘାଟନୀ ସମାରୋହରେ କଟକ ଜିଲ୍ଲା ସଂଘ ସଭାପତି ଅସୀତ ମୁଖାର୍ଜୀ, ଉପସଭାପତି ସନ୍ତୋଷ କୁମାର ପୃଷ୍ଟି, ସୂର୍ଯ୍ୟକାନ୍ତ ବିଶୋଇ ପ୍ରମୁଖ ଯୋଗଦେଇଥିଲେ।