30 March 2017
8:13:24 AM
Sambad News
ଖେଳ

ଛକ୍କା ରହିବ ଜାରି: ଧୋନୀ

By Sambad | Date: Jan 11 2017 4:54PM
ଛକ୍କା ରହିବ ଜାରି: ଧୋନୀ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ କ୍ୟାପ୍‌ଟେନ୍‌ ତଥା ବ୍ଲାଷ୍ଟର ମହେନ୍ଦ୍ର ଧୋନୀ ପୂର୍ବଭଳି ଛକ୍କା ଚୌକା ମାରି ତାଙ୍କର ଖେଳ ଜାରି ରଖିବେ ବୋଲି ନିଜର ଫ୍ୟାନ୍‌ଙ୍କୁ କହିଛନ୍ତି। ‘ ଆଗ୍ରେସିଭ୍‌ କ୍ରିକେଟ୍‌’ ଖେଳିବାରେ ଉସ୍ତାତ୍‌ ଧୋନୀଙ୍କ ଛକ୍କା ଦର୍ଶକଙ୍କୁ ଖୁବ୍‌ ଆନନ୍ଦ ଦେଇଥାଏ। ନିକଟରେ ସେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦବିରୁ ଓହରି ଯିବା ପରେ ଧୋନୀଙ୍କ ଫ୍ୟାନ୍‌ମାନଙ୍କ ଭିତରେ ଆଶଙ୍କା ସୃଷ୍ଟି ହୋଇଥିଲା ଯେ ବୋଧହୁଏ ତାଙ୍କ ବ୍ୟାଟିଂ ଶୈଳୀରେ ପରିବର୍ତ୍ତନ ଆସିବ। କିନ୍ତୁ ଧୋନୀ ତାଙ୍କ ଦୀର୍ଘ ଦିନରେ ସାଥୀ ଖେଳାଳି ଯୁବରାଜ୍‌ ସିଂଙ୍କ ସହ ଏକ ଭିଡିଓ ଚାଟ କରିବା ସମୟରେ ଫ୍ୟାନ୍‌ଙ୍କୁ ଆଶ୍ୱସନା ଦେଖି କହିଛନ୍ତି, ଯଦି ପ୍ରତିପକ୍ଷ ମତେ ଅନୁକୂଳ ବୋଲିଂ କରେ ତେବେ ମୁଁ ଛକ୍କା ମାରିବାକୁ ଆଦୌ ପଛେଇବି ନାହିଁ।</div>