01 May 2017
2:06:54 AM
image
Sambad News
ଖେଳ

ବିଦ୍ରୋହୀଙ୍କ ଚାଲ ଭଣ୍ଡୁର କରିବା ଲାଗି ଲୋଧା ସମିତିର ପ୍ରସ୍ତୁତି

By Sambad | Date: Jan 12 2017 1:00AM
ବିଦ୍ରୋହୀଙ୍କ ଚାଲ ଭଣ୍ଡୁର କରିବା ଲାଗି ଲୋଧା ସମିତିର ପ୍ରସ୍ତୁତି

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ବିସିସିଆଇର ବରିଷ୍ଠ ଅଧିକାରୀଙ୍କୁ ବାହାର କରିବା ପରେ ଭାରତ-ଇଂଲଣ୍ଡ ଶୃଙ୍ଖଳାକୁ କରାଇ ନଦେବା ଲାଗି ଚକ୍ରାନ୍ତ ଆରମ୍ଭ ହୋଇ ଯାଇଛି। ଦୁଇଟି ରାଜ୍ୟ ସଂଘ ତ ଟେଷ୍ଟ ଆୟୋଜନ କରି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହି ସାରିଲେଣି। ଏପରିକି ଏକଦା ତୀବ୍ର ବିରୋଧୀ ଥିବା ତାମିଲନାଡୁ କ୍ରିକେଟ୍‌ ସଂଘ ମୁଖ୍ୟ ଏନ୍‌ ଶ୍ରୀନିବାସନ୍‌ ଏବଂ ବିସିସିଆଇର ବିତାଡ଼ିତ ସଭାପତି ଅନୁରାଗ ଠାକୁର ହାତ ମିଳାଇ ସାରିଲେଣି। ଲୋଧା ସମିତିକୁ  କାର୍ଯ୍ୟ କରାଇ ନଦେବାକୁ ସେମାନେ ମସୁଧା କରୁଛନ୍ତି। ଶ୍ରୀନିବାସନ୍‌ ଏହାର ନେତୃତ୍ୱ ନେଉଛନ୍ତି। ତାଙ୍କ ପଛରେ ୧୮ କ୍ରିକେଟ୍‌ ସଂଘର ସମର୍ଥନ ଥିବା ମଧ୍ୟ ଜଣା ପଡ଼ିଛି। ହେଲେ ଏସବୁ ପ୍ରତିବନ୍ଧକ ଦୂର କରିବା ଲାଗି ଲୋଧା ସମିତି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଭାରତ-ଇଂଲଣ୍ଡ ଶୃଙ୍ଖଳା ଯେମିତି ସରୁଖୁରୁରେ ଶେଷ ହେବ ସେଥିପାଇଁ ବୁଧବାର ସମିତି ଏକ ବୈଠକ ଡାକିଥିଲା। ଏଥିରେ ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି ମଧ୍ୟ ଯୋଗ ଦେଇଥିଲେ।  ବିିଭିନ୍ନ ରାଜ୍ୟ ସଂଘ ପଚାରିଥିବା ଏକାଧିକ ପ୍ରଶ୍ନର ଉତ୍ତର ମଧ୍ୟ ସମିତି ଏହି ବୈଠକରେ ରଖିଥିବା ଜଣା ପଡ଼ିଛି। ସେହିଭଳି ଖେଳାଳି ସଂଗଠନ ଗଠନ ଲାଗି ରୁପରେଖ ପ୍ରସ୍ତୁତ କରିବା ଏବଂ  ସୁପାରିସ ଲାଗୁ ହେବା ପରେ  ନିର୍ବାଚନ କରାଇବା ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

image