01 May 2017
2:08:06 AM
image
Sambad News
ଖେଳ

ବିସିସିଆଇକୁ କର୍ମକର୍ତାଙ୍କ ବିବରଣୀ ଦେଉନି ଓସିଏ

By Sambad | Date: Jan 12 2017 1:08AM
ବିସିସିଆଇକୁ କର୍ମକର୍ତାଙ୍କ ବିବରଣୀ ଦେଉନି ଓସିଏ

କଟକ: ଲୋଧା ସମିତି ମାନଦଣ୍ଡ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ବିସିସିଆଇ ଓ ଓସିଏର ପ୍ରାୟ ୯୦ ଭାଗ କର୍ମକର୍ତ୍ତା ଅଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ରାଜ୍ୟ ସଂଘମାନଙ୍କରେ କେଉଁମାନେ ଯୋଗ୍ୟ କର୍ମକର୍ତ୍ତା ରହିଲେ ସେ ବିଷୟରେ ସଂପୂର୍ଣ୍ଣ ତାଲିକା ଦେବାକୁ ଲୋଧା ସମିତି ପକ୍ଷରୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ଓସିଏ କର୍ମକର୍ତ୍ତାଙ୍କ ବିବରଣୀ ବାବଦରେ ତଥ୍ୟ ଦେବାକୁ ଓସିଏକୁ ଗତ ତିନିଦିନ ତଳେ ବିସିସିଆଇରୁ ଚିଠି ଆସିଥିଲେ ବି ଅଦ୍ୟାବଧି ତାହାର ଜବାବ ଦିଆଯାଇନାହିଁ। ଓସିଏରେ ସମସ୍ତ କର୍ମକର୍ତ୍ତା ଅଯୋଗ୍ୟ ହେଲେ ଏଠାରେ ଲୋଧା ସମିତି ପକ୍ଷରୁ ପ୍ରଶାସକ ନିଯୁକ୍ତି କରାଯିବା ଆଶଙ୍କା ରହୁଛି। ତେଣୁ ଆନ୍ତର୍ଜାତିକ ମ୍ୟାଚ୍‌ ପୂର୍ବରୁ ପ୍ରଶାସକ ନିଯୁକ୍ତ ହେଲେ ଅନେକ କାରବାର ଧରାପଡିଯିବା ଭୟ ରହୁଛି। ଗତ ମାସକ ମଧ୍ୟରେ ଓସିଏର ଯେତେ ଆର୍ଥିକ କାରବାର ହୋଇଛି ତାହା ବର୍ଷକର କାରବାର ସହିତ ସମାନ ବୋଲି ଜଣେ ସଦସ୍ୟ ନାମ ଗୋପନ ରଖି ମତ ଦେଇଛନ୍ତି। ହେଲେ ପ୍ରଶାସକ ନିଯୁକ୍ତ ହେଲେ ସେହି କାରବାର ଉପରେ ଅନେକ ପ୍ରଶ୍ନ ଉଠିପାରେ। ତେଣୁ ନିଜ ପକ୍ଷକୁ ସୁରକ୍ଷିତ ରଖିବା ପଇଁ ବିସିସିଆଇକୁ କୌଣସି ଜବାବ ଦିଆଯାଉନଥିବା କୁହାଯାଇଛି। ମ୍ୟାଚ୍‌ ପରେ ଯଦିବି କିଛି ଅଘଟଣ ଘଟେ ତାହେଲେ କେହି ପଦବିରେ ନଥିଲେ ବୋଲି କହି ଖସିଯିବାକୁ ଚେଷ୍ଟା କରିବେ ବୋଲି କୁହାଯାଇଛି।

image