30 March 2017
8:13:44 AM
Sambad News
ଖେଳ

ଓଡ଼ିଶା ଓ ହକି ଗାଙ୍ଗପୁରର ବୃହତ୍‌ ବିଜୟୀ

By Sambad | Date: Jan 12 2017 12:44AM
ଓଡ଼ିଶା ଓ ହକି ଗାଙ୍ଗପୁରର ବୃହତ୍‌ ବିଜୟୀ

ଭୁବନେଶ୍ୱର: ତାମିଲନାଡୁର ରାମନାଥପୁରମଠାରେ ଚାଲିଥିବା ସପ୍ତମ ଜାତୀୟ ଉପ କନିଷ୍ଠ ବାଳିକା ହକି (ଡିଭିଜନ-ଏ) ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ୧୦-୧ ଗୋଲ୍‌ରେ ଛତିଶଗଡ଼କୁ ହରାଇ ଦେଇଛି। ଏକତରଫା ବିଜୟରେ ଓଡ଼ିଶା ପକ୍ଷରୁ ନିମବତୀ ସିଂହ ଓ ଅଭିନାଶୀ ସୁରିନ ତିନିଟି ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ନେହା ଲାକ୍ରା ଦୁଇଟି ଗୋଲ୍‌ ଦେଇଥିଲେ। ଜେଲିନ ସୋରେଙ୍ଗ ଏବଂ ବିମଳା ବରଓ୍ଵା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ରାଜ୍ୟର ଅନ୍ୟତମ ଦଳ ହକି ଗାଙ୍ଗପୁର ୭-୦ ଗୋଲ୍‌ରେ କର୍ଣ୍ଣାଟକକୁ ହରାଇ ଦେଇଛି। ଆଜିର ମ୍ୟାଚରେ ହକି ଗାଙ୍ଗପୁର ଖେଳାଳିମାନେ ଲଗାତାର ଗୋଲ୍‌ ବର୍ଷା କରିଥିଲା ବେଳେ କର୍ଣ୍ଣାଟକ ଖେଳାଳିମାନେ କେବଳ ଦେଖଣାହାରୀ ସାଜିଥିଲେ। ଦଳ ପକ୍ଷରୁ ମନୀଷା ଓରାମ, ଆତେନ ଟପ୍ନୋ, ଜୋତ୍ସା ରୋହିଦାସ ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ଜୀବନ କିଶୋରୀ ଟପ୍ପୋ ଗୋଟିଏ ଗୋଲ୍‌ କରିଥିଲେ।