24 July 2017
8:05:24 AM
image
Sambad News
ଖେଳ

ଜାତୀୟ ବାସ୍କେଟବଲ ପ୍ରି-କ୍ୱାର୍ଟରରେ ଓଡ଼ିଶା

By Sambad | Date: Jan 12 2017 12:42AM
ଜାତୀୟ ବାସ୍କେଟବଲ ପ୍ରି-କ୍ୱାର୍ଟରରେ ଓଡ଼ିଶା

କଟକ: ପୁଡୁଚେରୀରେ ଚାଲିଥିବା ଜାତୀୟ ବାସ୍କେଟବଲ ପ୍ରତିଯୋଗିତାରେ ଓଡ଼ିଶା ପ୍ରି କ୍ୱାର୍ଟର ଫାଇନାଲକୁ ଯୋଗ୍ୟତା ଅଜର୍ନ କରିଛି। ବୁଧବାର ଯୋଗ୍ୟତା ପର୍ଯ୍ୟାୟର ନକ୍‌ଆଉଟ ମ୍ୟାଚ୍‌ରେ ଓଡ଼ିଶା ୯୧-୫୪ (୨୪-୧୬, ୨୨-୧୬, ୨୩-୯ ଓ ୨୨-୧୩)ରେ ଆୟୋଜକ ପୁଡୁଚେରୀକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଅଶୋକ କୁମାର ନାୟକ ୧୯, ଶିବ ଶଙ୍କର ବେହେରା ୧୭, କେ ଶ୍ରବଣ କୁମାର ୧୪ ଓ ସାହିଦ ଖାନ୍‌ ୧୫ ପଏଣ୍ଟ କରିଥିଲେ। ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶାର ମୁକାବିଲା ଗୁରୁବାର ହରିୟାଣା ସହ ହେବ। ଅନ୍ୟପକ୍ଷରେ ଓଡ଼ିଶା ମହିଳା ଦଳ କର୍ଣ୍ଣାଟକଠୁ ୫୪-୨୪ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି।