18 January 2017
7:13:04 AM
Sambad News
ଖେଳ

ଓଡ଼ିଶା ଫୁଟ୍‌ବଲ୍‌ ଟେନିସ୍‌ ଦଳର ସଫଳତା

By Sambad | Date: Jan 12 2017 12:28AM
ଓଡ଼ିଶା ଫୁଟ୍‌ବଲ୍‌ ଟେନିସ୍‌ ଦଳର ସଫଳତା

କଟକ: ଦିଲ୍ଲୀରେ ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତମ ଫୁଟ୍‌ବଲ୍‌ ଟେନିସ୍‌ ଫେଡେରେସନ କପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବର୍ଗରେ ଓଡ଼ିଶା ଖେଳାଳିମାନେ ସଫଳତା ପାଇଛନ୍ତି। ମହିଳା ଏକକରେ ଅଫସର ବେଗମ, ଯୁଗଳରେ ରୁପାଲୀ ସାହୁ ଓ ଭବାନୀ ପାତ୍ର ବିଜେତା ହୋଇଥିଲା ବେଳେ ଟ୍ରିପଲ ଇଭେଣ୍ଟରେ ଓଡ଼ିଶା ତୃତୀୟରେ ରହିଥିଲା। ସେହିପରି ପୁରୁଷ ଏକକରେ ସିଦ୍ଧାନ୍ତ ମହନ୍ତ ତୃତୀୟ, ଯୁଗଳରେ ଦେବୀ ପ୍ରସାଦ ସାହୁ ଓ ଶାହାନଓ୍ଵାନ ଖାନଙ୍କ ଯୋଡି ତୃତୀୟ ସ୍ଥାନରେ ରହିଥିଲେ। ଟ୍ରିପଲ ଇଭେଣ୍ଟରେ ଓଡ଼ିଶା ଉପବିଜେତା ହୋଇଥିଲା। ଓଡ଼ିଶା ଦଳର ସମସ୍ତ ଖେଳାଳିଙ୍କୁ ରାଜ୍ୟ ଫୁଟବଲ ଟେନିସ ସଂଘର ସଂପାଦକ ରମେଶ ଚନ୍ଦ୍ର ମଲ୍ଲିକ ଶୁଭେଚ୍ଛା ଜଣାଇଛନ୍ତି।