17 January 2017
2:19:23 PM
Sambad News
ଖେଳ

ଫେଡେରେସନ୍‌ କପ୍‌ ଥ୍ରୋ-ବଲ୍‌ ଲାଗି ଓଡ଼ିଶାର ଯୋଗ୍ୟତା

By Sambad | Date: Jan 12 2017 12:36AM
ଫେଡେରେସନ୍‌ କପ୍‌ ଥ୍ରୋ-ବଲ୍‌ ଲାଗି ଓଡ଼ିଶାର ଯୋଗ୍ୟତା

ଭୁବନେଶ୍ୱର:  ଦିଲ୍ଲୀର ରୋହିଣୀଠାରେ ଚାଲିଥିବା ଜାତୀୟ ବରିଷ୍ଠ ଥ୍ରୋ-ବଲ୍‌ ପ୍ରତିଯୋଗିତାର ପୁରୁଷ ବର୍ଗରେ ଓଡ଼ିଶା ଚତୁର୍ଥ ସ୍ଥାନରେ  ତା’ର ଅଭିଯାନ ଆରମ୍ଭ ଶେଷ କରିଛି।  ମଙ୍ଗଳବାରର କ୍ୱାର୍ଟର ଫାଇନାଲରେ ହରିଆଣାକୁ ୧୭-୧୫, ୧୩-୧୫ ଓ ୧୫-୧୨ରେ ହରାଇ ସେମିଫାଇନାଲ୍‌ ଯାଇଥିବା ଓଡ଼ିଶା ବୁଧବାର ଏହି ପର୍ଯ୍ୟାୟରେ ମଧ୍ୟପ୍ରଦେଶଠାରୁ ୧୭-୧୫, ୧୩-୧୫, ୧୩-୧୫ରେ ହାରି ଯାଇଥିଲା। ସେହିଭଳି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ହୋଇଥିବା ମୁକାବିଲରେ ତାମିଲନାଡୁଠାରୁ ୧୫-୧୨, ୧୫-୧୭ ଓ ୧୩-୧୫ରେ ହାରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ତେବେ ଏହି ପ୍ରଦର୍ଶନ ଆଧାରରେ ଫେଡେରେସନ୍‌ କପ୍‌ ଥ୍ରୋ-ବଲ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲା।  ଓଡ଼ିଶା ମହିଳା ଦଳ ମଧ୍ୟ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ନେଇଛି।