23 May 2017
6:12:29 PM
image
Sambad News
ଖେଳ

ଓଡ଼ିଶା ଟେନିସ୍‌ ଭଲିବଲ୍‌ ଦଳର ଗ୍ଵାଲିଅର ଯାତ୍ରା

By Sambad | Date: Jan 12 2017 12:43AM
ଓଡ଼ିଶା ଟେନିସ୍‌ ଭଲିବଲ୍‌ ଦଳର ଗ୍ଵାଲିଅର ଯାତ୍ରା

କଟକ: ମଧ୍ୟପ୍ରଦେଶର ଗ୍ଵାଲିଅରଠାରେ ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ କନିଷ୍ଠ ଓ ଉପକନିଷ୍ଠ ଟେନିସ୍‌ ଭଲିବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗନେବା ପାଇଁ ୧୨ ଜଣିଆ ଓଡ଼ିଶା ଦଳ ଗ୍ଵାଲିଅର ଯାତ୍ରା କରିଛି। କନିଷ୍ଠ ଦଳରେ ଏସ୍‌ଆର୍‌ ଚନ୍ଦନ କୁମାର, ନିଖିଳେଶ ଦାସ, ମନୋରଂଜନ ଓଝା, ବିକାସ ଦାସ, ରାଜେଶ କୁମାର ଶତପଥୀ, ସମ୍ବିତ ପ୍ରଧାନ, ଉପକନିଷ୍ଠ ଦଳରେ ସୌମ୍ୟରଂଜନ ପତି, ମନୀନ୍ଦ୍ର କୁମାର ରାଉତ, ବିକାଶ ରଂଜନ ସାମଲ, ରାହୁଲ ରାୟବିତ ରାଉତ, ଶୁଭଙ୍କର ବେଉରିଆ, ଭବାନି ଶଙ୍କର ସାହୁ ସ୍ଥାନ ପାଇଛନ୍ତି। ରାଜ୍ୟ ସଂଘ ସଂପାଦକ ଶଶୀକାନ୍ତ ନାୟକ ଓ କୋଷାଧ୍ୟକ୍ଷ ଅର୍ଣ୍ଣବ ସିହ୍ନା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

image