23 May 2017
6:11:32 PM
image
Sambad News
ଖେଳ

ଜାତୀୟ ସଫ୍ଟଟେନିସ୍‌ରେ ଓଡ଼ିଶାକୁ ୩ କାଂସ୍ୟ

By Sambad | Date: Jan 12 2017 12:33AM
ଜାତୀୟ ସଫ୍ଟଟେନିସ୍‌ରେ ଓଡ଼ିଶାକୁ ୩ କାଂସ୍ୟ

ଭୁବନେଶ୍ୱର: ଗୁଜରାଟର ଅହମ୍ମଦାବାଦରେ ଜାନୁଆରି ୪ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଦଶମ ଜାତୀୟ ଉପକନିଷ୍ଠ ସଫ୍ଟଟେନିସ୍‌୍‌ ପ୍ରତିଯୋଗିତାରେ ଓଡ଼ିଶା ଉଭୟ ବାଳକ ଓ ବାଳିକା ଏକକ ସାଙ୍ଗକୁ ବାଳକ ଯୁଗଳ ବର୍ଗରେ କାଂସ୍ୟ ପଦକ ଜିତିଛି। ବାଳକ ଦଳ ୨-୦ରେ ଆନ୍ଧ୍ରପ୍ରଦେଶକୁ ଓ ୨-୧ରେ ଛତିଶଗଡ଼କୁ ପରାସ୍ତ କରିବା ପରେ ସେମିଫାଇନାଲ୍‌ରେ ଗୁଜରାଟଠୁ ୧-୨ରେ ହାରି ଯାଇଥିଲା। ବାଳିକା ଦଳ ୩-୦ରେ ହରିଆଣା ଏବଂ ୨-୧ରେ ଗୁଜରାଟକୁ ହରାଇବା ପରେ ସେମିଫାଇନାଲ୍‌ରେ ମଧ୍ୟପ୍ରଦେଶ ନିକଟରୁ ୧-୨ରେ ହାରିଥିଲା ବେଳେ ବାଳକ ଯୁଗଳରେ ବିଭୁଜିତ୍‌ ଓ ରଜତ କୁମାର କର୍ଣ୍ଣାଟକକୁ ୨-୦ ଏବଂ ହରିଆଣାକୁ ୨-୧ରେ ପରାସ୍ତ କରିବା ପରେ ସେମିଫାଇନାଲ୍‌ରେ ଗୁଜରାଟ ଯୋଡ଼ିଠାରୁ ୧-୨ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ସଂଘର ସଭାପତି ବିକାଶ ପଟ୍ଟନାୟକ, ଚିଫ୍‌ ପାଟ୍ରୋନ୍‌ ମନୋରଂଜନ ମହାନ୍ତି, ଉପସଭାପତି ଦିଲ୍ଲିପ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ, କିସ୍‌ର ନିର୍ଦେଶକ ରୁଦ୍ରକେଶ ଜେନା, ଓଡିଏମ୍‌ର ଅଧ୍ୟକ୍ଷ ଏସ୍‌ ମିନକେତନ, କ୍ରୀଡ଼ା ପୃଷ୍ଠପୋଷକ ନବରଂଜନ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ମହମ୍ମଦ ଆଜମ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

image