01 March 2017
11:14:56 PM
Sambad News
ଖେଳ

ଅଶୋକ ଦାସ ସ୍ମାରକୀ କ୍ରିକେଟ୍‌: ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜେତା

By Sambad | Date: Jan 12 2017 12:50AM
ଅଶୋକ ଦାସ ସ୍ମାରକୀ କ୍ରିକେଟ୍‌: ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜେତା

ଯାଜପୁର ଟାଉନ: ଯାଜପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ବାଳାଶ୍ରମ ପଡ଼ିଆରେ ଚାଲିଥିବା ଚତୁର୍ଥ ରାଜ୍ୟ ସ୍ତରୀୟ ଅଶୋକ ଦାସ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂକୁ ୭ ଓ୍ଵିକେଟ୍‌ରେ ହରାଇ କଟକର ରାଇଜିଂ ଷ୍ଟୁଡେଣ୍ଟ୍‌ ବିଜେତା ହୋଇଛି। 

ପ୍ରଗତି ସ୍ପୋର୍ଟିଂ ୩୦ ଓଭରରେ ୮ ଓ୍ଵିକେଟ ହରାଇ ୧୪୪ ରନ୍‍ କରିଥିଲା। ସାନ୍ତନୁ ମିଶ୍ର ୪୦ ରନ୍‍ କରିଥିଲା ବେଳେ ରାଇଜିଂ ଷ୍ଟୁଡେଣ୍ଟ୍‌ ପକ୍ଷରୁ ଧିରାଜ ସିଂ  ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ରାଇଜିଂ ଷ୍ଟଡେଣ୍ଟ୍‌ ମାତ୍ର ୧୫.୨ ଓଭରରେ ୩ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଫାର୍ଣ୍ଣାଣ୍ଡେ ଲରେନ  ୭୬ ରନ୍‍  କରିଥିଲେ। ପ୍ରଗତି ସ୍ପୋର୍ଟିଂ  ପକ୍ଷରୁ  ଟୁକୁନା ସାହୁ ୩  ଓ୍ଵିକେଟ ଅକ୍ତିଆର କରିଥିଲେ। ଫର୍ଣ୍ଣାଣ୍ଡେ ଲରେନଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ଟୁକୁନା ସାହୁଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଫାଇନାଲ୍‌  ମ୍ୟାଚ୍‍କୁ ପରାସର ବିଶ୍ୱାଳ ଓ ବୁଲୁ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଜଗନ୍ନାଥ ସାମଲ ଓ ସ୍ୱସ୍ତିକ ପହି ରହିଥିଲେ। ଏହି ଅବସରରେ ଯାଜପୁରର ୪ ଜଣ ପୂର୍ବତନ କ୍ରିକେଟ ଖେଳାଳି କମଳେନ୍ଦୁ ଦାସ, ରମେଶ ପରିଡ଼ା, ଅଜିତ୍‍ ବେହୁରିଆ, ଓ ବଜେନ୍ଦ୍ର ମହାନ୍ତିଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ମୁଖ୍ୟ ଅତିଥ ଓ କୋରେଇ ବିଧାୟକ ଆକାଶ ଦାସ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଦଳକୁ ନଗଦ ୨୦ ହଜାର ଟଙ୍କ ସହ ଟ୍ରଫି ପ୍ରଦାନ କରିଥିଲେ। ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ପୂର୍ବତନ ପୌରଉପାଧ୍ୟକ୍ଷ ବିଜୟ ମହାନ୍ତି, ଡାକ୍ତର ସୁପ୍ରକାଶ ଶତପଥୀ, ଅଧ୍ୟାପକ ବଟକୃଷ୍ଣ ମହାପାତ୍ର, ଅଧ୍ୟାପକ ଜ୍ଞାନଚାନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ।