17 January 2017
12:45:06 AM
Sambad News
ଦେଶ- ବିଦେଶ

ସାକ୍ଷୀ ହେଲେ ‘ବେଟି ବଚାଓ’ର ନୂଆ ମୁହଁ

By Sambad | Date: Aug 24 2016 3:53PM
ସାକ୍ଷୀ ହେଲେ ‘ବେଟି ବଚାଓ’ର ନୂଆ ମୁହଁ
ଫାଇଲ୍‌ ଫଟେ

ଚଣ୍ଡିଗଡ଼: ରିଓ ଅଲିମ୍ପିକ୍‌ରେ ଭାରତକୁ ପ୍ରଥମ ପଦକ ଦେଇଥିବା ସାକ୍ଷୀ ମଲ୍ଲିକ୍‌ ବୁଧବାର ଦିନ ଆସି ଚଣ୍ଡିଗଡ଼ରେ ପହଞ୍ଚଛନ୍ତି। ହରିୟାଣା ରାଜ୍ୟ ସରକାର ତାଙ୍କର ସ୍ୱାଗତ କରିବା ସହିତ ତାଙ୍କୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସାକ୍ଷୀଙ୍କ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର। ଦେଶର ସୁନା ଝିଅ ସାକ୍ଷୀଙ୍କୁ ଆଜି ଠାରୁ ‘ବେଟି ବଚାଓ- ବେଟି ବଚାଓ’ କାର୍ଯ୍ୟକ୍ରମର ହରିୟାଣାର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ସାକ୍ଷୀ ଓ ପି ଭି ସିନ୍ଧୁ ଦେଶର ମାନ ବଢ଼ାଇଛନ୍ତି। ସେମାନଙ୍କ ପାଇଁ ଦେଶ ଆଜି ଗର୍ବିତ। ଏପଟେ ‘ବେଟି ବଚାଓ’ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଲା ପରେ ସାକ୍ଷୀ କହିଛନ୍ତି ଯେ ଦେଶର ମହିଳାଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନା ଦେବା ପାଇଁ ଏହା ସବୁଠାରୁ ଭଲ ମାଧ୍ୟମ। ରାଜ୍ୟ ସରକାରଙ୍କର ଏପରି ପଦକ୍ଷପ ପାଇଁ ସେ କୃତଜ୍ଞ।