18 January 2017
7:10:29 AM
Sambad News
ଖେଳ

ସିଡ୍‌ନି ଓପନ୍‌ ସେମିରେ ସାନିଆ, କ୍ୱାର୍ଟର୍‌ରେ ପେସ୍‌

By Sambad | Date: Jan 12 2017 12:56AM
ସିଡ୍‌ନି ଓପନ୍‌ ସେମିରେ ସାନିଆ, କ୍ୱାର୍ଟର୍‌ରେ ପେସ୍‌

ସିଡ୍‌ନି: ଭାରତୀୟ ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜା ଏବଂ ତାଙ୍କ ଚେକ୍‌ ଗଣରାଜ୍ୟ ସାଥୀ ବାର୍ବରା ଷ୍ଟ୍ରାଇକୋଭା ସିଡ୍‌ନି ଅନ୍ତର୍ଜାତୀୟ ଟେନିସ୍‌ ପ୍ରତିଯୋଗିତାର ମହିଳା ଯୁୁଗଳ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛନ୍ତି। ସେହିପରି ପୁରୁଷ ଯୁଗଳରେ ଲିଆଣ୍ଡର ପେସ୍‌ ଏବଂ ତାଙ୍କ ବ୍ରାଜିଲୀୟ ସାଥୀ ଆଣ୍ଡ୍ରି ସ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି। ବୁଧବାର ମହିଳା ଯୁଗଳ କ୍ୱାର୍ଟର ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତ-ଚେକ୍‌ ଯୋଡ଼ି ୬-୩, ୬-୪ ସେଟ୍‌ରେ ଆମେରିକୀୟ ଯୋଡ଼ି ମାଡିସନ୍‌ ବ୍ରିଙ୍ଗ୍‌ଲେ ଏବଂ ଆନାସ୍ତାସିଆ ରୋଡିଓନୋଭାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ସାନିଆ-ଷ୍ଟ୍ରାଇକୋଭା ଚତୁର୍ଥ ମାନ୍ୟତାପ୍ରାପ୍ତ ରୁଷିଆ-ଆମେରିକା ଯୋଡ଼ି ୟାରାସ୍ଲୋଭା ସ୍ୱେଦୋଭା ଓ ଭାନିଆ କିଙ୍ଗ୍‌ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଅଣ ମାନ୍ୟତା ପେସ୍‌-ସ  ୭-୬, ୬-୩ ସେଟ୍‌ରେ ଶୀର୍ଷ ମାନ୍ୟତା ଯୋଡ଼ି ଟ୍ରିଟ୍‌ ହୁଏ ଓ ମ୍ୟାକ୍ସ ମିର୍ନିଙ୍କୁ ପରାସ୍ତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ଭାରତ-ବ୍ରାଜିଲ ଯୋଡ଼ି ମାର୍କସ ଡାନିଏଲ୍‌ ଓ ମାର୍ସିଲୋ ଦେଲୋଲିନର୍‌ଙ୍କୁ ଭେଟିବେ।

ଅଷ୍ଟ୍ରଲିଆ ଓପନ୍‌ ଯୋଗ୍ୟତା: ଦ୍ୱିତୀୟ ପର୍ଯ୍ୟାୟରେ ୟୁକି

ଅଷ୍ଟ୍ରେଲିଆ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟରେ ବୁଧବାର ଭାରତକୁ ମିଶ୍ର ଫଳ ମିଳିଛି। ୟୁକି ଭାମ୍ବ୍ରି ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିନେଇଥିଲା ବେଳେ ସାକେତ୍‌ ମିନେନି ହାରି ବିଦାୟ ନେଇଛନ୍ତି। ମେଲବର୍ନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ୫୩୪ ମାନ୍ୟତା ୟୁକି ୬-୧, ୬-୪ ସେଟ୍‌ରେ ୧୧୬ ମାନ୍ୟତା ଆମେରିକାର ଷ୍ଟିଫାନ୍‌ କୋଜଲୋଭଙ୍କୁ ପରାସ୍ତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ୟୁକି ସର୍ବିୟାର ପେଜା କ୍ରଷ୍ଟିନ୍‌ଙ୍କୁ ଭେଟିବେ। ମିନେନି ୦-୬, ୨-୬ ସେଟ୍‌ରେ ଜର୍ମାନିର ପିଟର୍‌ ଗୋଜୋଜିକ୍‌ଙ୍କଠୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ।