23 February 2017
9:41:10 PM
Sambad News
ଖେଳ

ଭାରତୀୟ ସିପକଟାକ୍ର ଦଳରେ ଓଡ଼ିଶାରୁ ତୁଳସୀ

By Sambad | Date: Jan 12 2017 12:48AM
ଭାରତୀୟ ସିପକଟାକ୍ର ଦଳରେ ଓଡ଼ିଶାରୁ ତୁଳସୀ

କଟକ: କଲମ୍ବୋରେ ୧୨ ତାରିଖଠୁ ଆରମ୍ଭ ହେଉଥିବା ଏସିୟ ସିପକଟାକ୍ର ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ତୁଳସୀ ବେହେରା ଦଳରେ ସ୍ଥାନ ପାଇଛନ୍ତି। ଢେଙ୍କାନାଳର ତୁଳସୀ ଔରଙ୍ଗାବାଦସ୍ଥିତ ସାଇ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ଶିବିରରେ ଯୋଗଦେଇଥିଲେ। ବୁଧବାର ଘୋଷିତ ହୋଇଥିବା ଜାତୀୟ ଦଳରେ ସ୍ମାସର ଭାବେ ତୁଳସୀଙ୍କୁ ସ୍ଥାନ ଦିଆଯାଇଛି। ତୁଳସୀଙ୍କ ଏହି ସଫଳତା ପାଇଁ ରାଜ୍ୟ ସଂଘର କାର୍ଯ୍ୟନିର୍ବାହୀ ସଂପାଦକ ସହଦେବ ବେହେରାଙ୍କ ସହିତ ଅନେକ କ୍ରୀଡା ସଂଗଠନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।