17 August 2017
6:59:21 PM
Sambad News
ରାଜ୍ୟ

ପଟିଆ ଷ୍ଟେସନ୍‌ ରେଳ ଓଭରବ୍ରିଜ୍‌ କାମ ପାଇଁ ଟ୍ରେନ୍‌ ସେବା ବାଧାପ୍ରାପ୍ତ

By Sambad | Date: Aug 13 2017 1:44AM
ପଟିଆ ଷ୍ଟେସନ୍‌ ରେଳ ଓଭରବ୍ରିଜ୍‌ କାମ ପାଇଁ ଟ୍ରେନ୍‌ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର : ପଟିଆ ରେଳଷ୍ଟେସନ୍‌ଠାରେ ଫୁଟ୍‌ ଓଭରବ୍ରଜ୍‌ର ଉଦ୍‌ଘାଟନ ଓ ଷ୍ଟେସନ୍‌ର ଆଧୁନୀକିକରଣ କାମ ପାଇଁ ଏହି ଟ୍ରେନ୍‌ ଲାଇନ୍‌ ଦେଇ ଯାତାୟାତ କରୁଥିବା କେତେକ ଟ୍ରେନ୍‌କୁ ରବିବାର ସକାଳ ୮ଟା ୫ ମିନିଟ୍‌ରୁ ମଧ୍ୟାହ୍ନ ୧୨ଟା ୫ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବାତିଲ କରିଦିଆଯାଇଥିବା ବେଳେ କେତେକ ଟ୍ରେନ୍‌କୁ ଆଂଶିକ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ସୂଚନା ଅନୁଯାୟୀ କଟକ-ପାରଦୀପ ପାସେଞ୍ଜର ଟ୍ରେନ୍‌କୁ ଆସନ୍ତା କାଲି ପାଇଁ ଉଭୟ ପାର୍ଶ୍ୱରୁ ବାତିଲ କରିଦିଆଯାଇଛି। ସେହିପରି ଭୁବନେଶ୍ୱର-କଟକ ପାସେଞ୍ଜର ମଞ୍ଚେଶ୍ୱର ଓ କଟକ ମଧ୍ୟରେ, ବ୍ରହ୍ମପୁର-କଟକ ପାସେଞ୍ଜର ଖୋର୍ଧାରୋଡ୍‌ ଓ କଟକ ମଧ୍ୟରେ ଏବଂ କଟକ-ପୁରୀ ପାସେଞ୍ଜର କଟକ ଓ ଖୋର୍ଧାରୋଡ୍‌ ଷ୍ଟେସନ୍‌ ମଧ୍ୟରେ ଚଳଚଳ କରିବ ନାହିଁ। ଏତଦ୍‌ବ୍ୟତୀତ ପୁରୀ-କଟକ ପାସେଞ୍ଜରକୁ  ମଞ୍ଚେଶ୍ୱର ଷ୍ଟେସନ୍‌ରେ ଘଣ୍ଟାଏ ୪୫ ମିନିଟ୍‌ ପର୍ଯ୍ୟନ୍ତ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ୧୫ ମିନିଟ୍‌ ପର୍ଯ୍ୟନ୍ତ ଓ ପୁରୀ-ସାନ୍ତ୍ରାଗାଛି ପାସେଞ୍ଜର ୧୫ ମିନିଟ୍‌ ପର୍ଯ୍ୟନ୍ତ ଅଟକି ରହିବ ବୋଲି ସୂଚନା ଦିଆଯାଇଛି।