24 September 2017
10:41:52 AM
Sambad News
ରାଜ୍ୟ

ଅନ୍ୟ ଜାତିରେ ବିବାହ ପାଇଁ ପ୍ରୋତ୍ସାହନ ଭତ୍ତା ଲକ୍ଷେ ଟଙ୍କାକୁ ବୃଦ୍ଧି

By Sambad | Date: Aug 18 2017 1:42AM
ଅନ୍ୟ ଜାତିରେ ବିବାହ ପାଇଁ ପ୍ରୋତ୍ସାହନ ଭତ୍ତା ଲକ୍ଷେ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ଆନ୍ତଃଜାତି ବୈଷମ୍ୟ ଦୂରୀକରଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଅନ୍ୟ ଜାତିରେ ବିବାହ ନିମନ୍ତେ ପୂର୍ବରୁ ଥିବା ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି ଏସ୍‌ସି, ଏସ୍‌ଟି ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ହିନ୍ଦୁ ଧର୍ମର ଅନ୍ୟ ଜାତିର ବ୍ୟକ୍ତି ବିବାହ କଲେ, ସେହି ଦଂପତି ଏହି ଆର୍ଥିକ ସହାୟତାର ସୁଯୋଗ ଲାଭ କରିପାରିବେ। ଏଥିପାଇଁ କୌଣସି ଆର୍ଥିକ ରୋଜଗାର କଟକଣା ରହିବ ନାହିଁ। ନିୟମ ମୁତାବକ ଏହି ଅନ୍ତଃଜାତିର ଦଂପତି ସହାୟତା ପାଇଁ ଆବେଦନ କରିବାକୁ ହେବ। 

image