28 February 2017
9:19:23 AM
Sambad News
ରାଜ୍ୟ

ଓଡ଼ିଶାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ

By Sambad | Date: Aug 24 2016 5:09PM
ଓଡ଼ିଶାର ବିଭିନ୍ନ ସ୍ଥାନରେ ମୃଦୁ ଭୂମିକମ୍ପ

ଭୁବନେଶ୍ୱର: ଆଜି ଅପରାହ୍ନ ୪.୦୪ ମିନିଟ୍‌ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ମିୟାଁମାର୍‌ ଠାରେ ରିକ୍ଟର୍‌ ସ୍କେଲରେ ୬.୭ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହେବା ପରେ ଏହାର ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟ୍‌କା ଲାଗିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିୟାଁମାର ଠାରୁ ୧୯୦ କି.ମି. ଦୂର ହୋଇଥିବା ବେଳେ ଏହା  ଭୂଗର୍ଭର ୯୧ କି.ମି. ଗଭୀରରେ କେନ୍ଦ୍ରୀଭୂତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭୂକମ୍ପର ଝଟ୍‌କା ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ, ଯାଜପୁର, ପାରାଦୀପ, ବ୍ରହ୍ମପୁର, ଢେଙ୍କାନାଳ, ଜଗତ୍‌ସିଂହପୁର, ରାଉରକେଲା, ଭଦ୍ରକ,  ଯୋଡା, ପୁରୀ ଓ କୋଣାର୍କ  ଆଦି ସ୍ଥାନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରାୟ ୨ ସେକେଣ୍ଡ୍‌ ଧରି ଭୂକମ୍ପର ଝଟ୍‌କା ଅନୁଭବ କରିହୋଇଥିଲା। ବିଶେଷକରି ଆପାର୍ଟମେଣ୍ଟ୍‌ରେ ରହୁଥିବା ଲୋକମାନେ ଆତଙ୍କିତ ହୋଇ ବାହାରକୁ ଚାଲିଆସିଥିଲେ। ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ।