30 April 2017
10:31:06 AM
image
Sambad News
ରାଜ୍ୟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ରକ୍ଷା କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି: ନେପାଳ ରାଷ୍ଟ୍ରପତି

By Sambad | Date: Apr 21 2017 3:36PM
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ରକ୍ଷା କରିବାକୁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି: ନେପାଳ ରାଷ୍ଟ୍ରପତି

ପୁରୀ: ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ଶୁକ୍ରବାର ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପରେ ବିଦ୍ୟାଦେବୀ ମୃଗନାଭି କସ୍ତୁରୀ ପ୍ରଂସଗ ଉଠାଇ ଶ୍ରଦ୍ଧାଳୁଙ୍କୁ ଆସ୍ୱସ୍ତି ପ୍ରଦାନ କରିଛନ୍ତିି।

ଉଲ୍ଲେଖଯୋଗ୍ୟ, ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅଣସର ଘରେ ଥିବା ବେଳେ ଓ ନବକଳେବର ସମୟରେ ନେପାଳରୁ କସ୍ତୁରୀ ଆସିଥାଏ ମହାପ୍ରଭୁଙ୍କ ସେବା ନିମନ୍ତେ। ମାତ୍ର କିଛି ବର୍ଷ ହେବ ମୃଗ ଶିକାର ବେନିୟମ ଘୋଷଣା ହେବା ପରଠାରୁ ଏ ନେଇ ସଂକଟ ଉପୁଜିଛି। ଆଗକୁ ଆଉ କସ୍ତୁରୀ ଜଗନ୍ନାଥଙ୍କ ପାଇଁ ଦେଇ ନ ପାରନ୍ତି ବୋଲି ନେପାଳ ରାଜା କହିଥିଲେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସକ ରାଜାଙ୍କୁ ନିକଟରେ ଏକ ପତ୍ର ଲେଖିଥିଲେ। ଏ ନେଇ ବିଦ୍ୟାଦେବୀ କହିଛନ୍ତି, କସ୍ତୁରୀ ବିଷୟରେ ନେପାଳର ରାଜା ବୁଝାବୁଝି କରନ୍ତି। ତଥାପି ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କ ପୂଜାବିଧି ସକାଶେ ମୁଁ ଏହି ମାମଲାରେ ହସ୍ତାକ୍ଷେପ କରିବି।

image