22 January 2017
9:45:16 PM
image
Sambad News
ରାଜ୍ୟ

ମେ’ ୧୪ରେ ଓଜେଇଇ

ନୂତନ କାଉନସେଲିଂ ପ୍ରକ୍ରିୟାରେ ମୋହର

By Sambad | Date: Jan 12 2017 12:35AM
ମେ’ ୧୪ରେ ଓଜେଇଇ

ଭୁବନେଶ୍ୱର : ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଲାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୧୪ ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମକୁ ବାଦ୍‌ ଦେଇ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷା ଲାଗି ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ତୁଷାରକାନ୍ତ ନାଥ କହିଛନ୍ତି।
 
ଅନ୍ୟପକ୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କରାଯାଉଥିବା କାଉନସେଲିଂ ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ ଅଣାଯାଇଛି। ଗତ ୩ ତାରିଖରେ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଚଳିତବର୍ଷଠାରୁ କାର୍ଯ୍ୟକାରୀ କରାଯିବ। ଏନେଇ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୈଷୟିକ ଶିକ୍ଷା ବିଭାଗର ଅଧିକାରୀଙ୍କ ସମେତ ଓଜେଇଇ କର୍ତୃପକ୍ଷ ମଧ୍ୟ ସାମିଲ ହୋଇଥିଲେ। ଗତ ୩ ତାରିଖରେ ନିଆଯାଇଥିବା ନିଷ୍ପତ୍ତି ଉପରେ ବ୍ୟାପକ ଆଲୋଚନା ପରେ ଚୂଡ଼ାନ୍ତ ମୋହର ଲଗାଯାଇଛି। 
 
ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ସମୟରେ ଛାତ୍ରଛାତ୍ରୀ ୩୦ ହଜାର ଟଙ୍କା ଫି’ ଓଜେଇଇ ନିକଟରେ ଦାଖଲ କରିବେ। ଏହାପରେ ଅସ୍ଥାୟୀ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ୩ଟି ପର୍ଯ୍ୟାୟ କାଉନସେଲିଂ ପରେ ଚୂଡ଼ାନ୍ତ ସିଟ୍‌ ଆଲଟ୍‌ମେଣ୍ଟ ହେବ। ଏହାପରେ ଛାତ୍ରଛାତ୍ରୀ କଲେଜରେ ରିପୋଟିଂ କରିବେ। ଛାତ୍ରଛାତ୍ରୀ ଓଜେଇଇ ନିକଟରେ ଯେଉଁ ଅର୍ଥ ଜମା ଦେଇଥିବେ ତାହାକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପଠାଇ ଦିଆଯିବ। ଯେଉଁ ଛାତ୍ରଛାତ୍ରୀ ନାମଲେଖା ପ୍ରକ୍ରିୟାରୁ ଓହରିବେ ସେମାନଙ୍କୁ ଜମା ଅର୍ଥ ଫେରାଇ ଦିଆଯିବ। ଜେଇଇ ମେନ୍‌ ଲାଗି ଏବେ ସୁଦ୍ଧା ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି।