30 May 2017
11:04:18 AM
image
Sambad News
ରାଜ୍ୟ

ବିଦ୍ୟୁତ ତାର ଲାଗି ଜଣେ ମୃତ, ଉତ୍ତେଜିତ ଲୋକଙ୍କର ରାସ୍ତା ଅବରୋଧ

By Sambad | Date: May 19 2017 4:46PM
ବିଦ୍ୟୁତ ତାର ଲାଗି ଜଣେ ମୃତ, ଉତ୍ତେଜିତ ଲୋକଙ୍କର ରାସ୍ତା ଅବରୋଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳରେ ଜଣେ ବ୍ୟକ୍ତିଙ୍କର ବିଦ୍ୟୁତ ତାର ସଂପର୍ଶରେ ଆସିବାରୁ ଆଜି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଭାଗିରଥୀ ଦାସ ଓହଳି ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ଭାଗିରଥୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ଉତ୍ତେଜିତ ଲୋକେ କ୍ଷତିପୂରଣ ଓ ସହାୟତା ଦାବି କରି କାଳୀମନ୍ଦିର ନିକଟରେ ଚାନ୍ଦବାଲି ଛକରେ ଶବକୁ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଚାନ୍ଦବାଲିରୁ ଭଦ୍ରକ ରାସ୍ତା ଯାତାୟତରେ ବାଧା ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣା ସ୍ଥାନରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି। 

image