30 May 2017
11:05:17 AM
image
Sambad News
ରାଜ୍ୟ

ପ୍ରକାଶ ପାଇଲା ବିଜେବି ଅଟୋନମସ କଲେଜର ପରୀକ୍ଷା ଫଳ: ପାସ୍‌ହାର୍‌ ୮୮.୭୬%

By Sambad | Date: May 19 2017 3:08PM
ପ୍ରକାଶ ପାଇଲା  ବିଜେବି ଅଟୋନମସ କଲେଜର ପରୀକ୍ଷା ଫଳ: ପାସ୍‌ହାର୍‌ ୮୮.୭୬%

ଭୁବନେଶ୍ୱର: ବିଜେବି ଅଟୋନମସ୍‌ କଲେଜ୍‌ର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। +୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ପ୍ରକାଶିତ ହୋଇଛି। କଳାରେ ୮୪.୫୨% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୯୧.୪% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ବାଣିଜ୍ୟରେ ପାସ୍‌ ହାର୍‌ ରହିଛି ୯୪.୬%। କଲେଜର ସମୁଦାୟ ପାସ୍‌ ହାର ୮୮.୭୬% ରହିଛି। 
 
ଚଳିତବର୍ଷ ବିଜେବି ଅଟୋନମସ୍‌ କଲେଜର ଶ୍ରେଷ୍ଠ ଗ୍ରାଜୁଏଟ୍‌ ଭାବେ ସାମଗ୍ରୀକ ଟପ୍ପର୍‌ ହୋଇଛନ୍ତି ବିଜ୍ଞାନର ସ୍ୱାଗତିକା ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ। ସେ ମଧ୍ୟ ବିଜ୍ଞାନର ଟପ୍ପର ହେଇଛନ୍ତି। ଅନ୍ୟପକ୍ଷରେ କଳାରେ ଅଙ୍କିତା ରାୟ ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ଟପ୍ପର ହୋଇଛନ୍ତି ସାର୍ଥକ ମହାନ୍ତି। 

image