28 May 2017
5:56:55 PM
image
Sambad News
ରାଜ୍ୟ

ସୁନୀଲ ମେହେର ବିରୋଧରେ ତୃତୀୟ ଚାର୍ଜସିଟ୍‌

By Sambad | Date: Aug 24 2016 6:29PM
ସୁନୀଲ ମେହେର ବିରୋଧରେ ତୃତୀୟ ଚାର୍ଜସିଟ୍‌

 
* ଦଲାଲ ସୋମେଶ ପଣ୍ଡା ବି ଅଭିଯୁକ୍ତ
* ବିଦେଶିନୀ ବି ଥିଲେ ର‍୍ୟାକେଟ୍‌ରେ
* ୨୦ ଜଣ ସାକ୍ଷୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ଦେଶର ଅନ୍ୟ ସହରରେ ସେକ୍ସ ର‍୍ୟାକେଟ ଚଳାଉଥିବା ଦେହ ଦଲାଲ ସୁନୀଲ ମେହେର ବିରୋଧରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଚାର୍ଜସିଟ ଦାଖଲ କରିଛି। ଦେଢ଼ ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ସୁନୀଲ ମେହେର ଓ ଦଲାଲ ସୋମେଶ ପଣ୍ଡାଙ୍କ ନାଁ ରହିଛି। ୨୦ ଜଣଙ୍କୁ ସାକ୍ଷ୍ୟ ଭାବେ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ସୁନୀଲ ମେହେର ବିରୋଧରେ ଏହା ହେଉଛି ତୃତୀୟ ଚାର୍ଜସିଟ୍‌। ଏହା ପୂର୍ବରୁ ନୂଆପଲ୍ଲୀ ଥାନା ପୁଲିସ ଦୁଇଟି ଚାର୍ଜସିଟ୍‌ କୋର୍ଟରେ ଦାଖଲ କରି ସାରିଛି।
 ଚଳିତ ବର୍ଷ ମାର୍ଚ ମାସ ୨୩ ତାରିଖ ଚନ୍ଦ୍ରଶେଖରପୁର ଥାନା ଅଧୀନ ସେଭନ୍‌ଥ ଆଭେନ୍ୟୁ ଆର୍ପାଟମେଣ୍ଟ୍‌ରୁ ପୁଲିସ ସୁନୀଲ ମେହେର ଚଳାଉଥିବା ଏକ ହାଇ ପ୍ରୋଫାଇଲ୍‌ ସେକ୍ସ ର‍୍ୟାକେଟ୍‌ ଠାବ କରିଥିଲା। ସେହି ଆପାର୍ଟମେଣ୍ଟ୍‌ରୁ ଜଣେ କାଜାକିସ୍ତାନ ଯୁବତୀ ଧରା ପଡିବା ସହିତ ଦଲାଲ ସୋମେଶ ପଣ୍ଡା ମଧ୍ୟ ଗିରଫ ହୋଇଥିଲା। ସଂପୃକ୍ତ ବିଦେଶିନୀଙ୍କୁ ପୁଲିସ ସର୍ଟ ଷ୍ଟେ ହୋମରେ ଛାଡି ଥିଲା। ଏହି ଘଟଣା ସେତେବେଳେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା।
  ବିଦେଶିନୀ ଜଣକ ରାତିକ ପାଇଁ ୨୦ ରୁ ୫୦ ହଜାର ଟଙ୍କା ନେଉଥିଲେ। ଏହୁ ସବୁ ଟଙ୍କା ଗ୍ରାହକମାନେ ଚେକ୍‌ ମାଧ୍ୟମରେ ପେମେଣ୍ଟ୍‌ କରୁଥିଲେ। ପୁଲିସ ସେହି ଘରୁ କେତେକ ଚେକ୍‌ ଜବତ କରିବା ପରେ ଏହା ଜଣାପଡିଥିଲା। ପ୍ରଥମଥର ଲାଗି ସୁନୀଲ ମେହେର ର‍୍ୟାକେଟ୍‌ରେ ବିଦେଶିନୀ ଯୁବତୀମାନେ କାମ କରୁଥିବା ଜଣାପଡିଥିଲା। ସଂପୃକ୍ତ ଯୁବତୀ ଜଣକ ଗୋଆ ଏବଂ ମୁମ୍ବାଇ ହୋଇ ଭୁବନେଶ୍ୱର ଆସିଥିଲେ।
କେବଳ ସେତିକି ନୁହେଁ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଡ୍ୟାନ୍‌ସିଂ କାର୍‌ରେ ଗ୍ରାହକମାନଙ୍କୁ ସେକ୍ସ୍‍ର ମଜା ଯୋଗାଇ ସୁନୀଲ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବା ପୁଲିସ ପ୍ରମାଣ ପାଇଛି। ସୁନୀଲର ଏହି ଡ୍ୟାନ୍ସିଂ କାର୍‌ ର‍୍ୟାକେଟ୍‌ ସମ୍ପର୍କରେ ପୁଲିସ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଯେ, ସୁନୀଲ ହୋଟେଲ ଅପେକ୍ଷା କାର୍‌ ଓ ଆପାର୍ଟମେଣ୍ଟରେ ସେକ୍ସ୍‍ ର‍୍ୟାକେଟ୍‌ ଚଳାଇବା ପାଇଁ ବେଶୀ ନିରାପଦ ମନେ କରୁଥିଲା। ଏଥିପାଇଁ ସେ ବିଭିନ୍ନ ସୋସିଆଲ ମେଡିଆ, ଏସକର୍ଟ ସର୍ଭିସ, ଫୋନ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଗ୍ରାହକ ଯୋଗାଡ଼ କରୁଥିଲା। ଆଜି  କିମ୍ବା କାଲି ନୁହେଁ ଦୀର୍ଘ ୧୫ ବର୍ଷ ତଳୁ ସୁନୀଲ ରାଜଧାନୀରେ ତାର ଆଡ୍ଡା ଜମାଇଥିଲା। ପାଖାପାଖି ୫୦ରୁ ୧୦୦ ଜଣ ଏଜେଣ୍ଟ ସୁନୀଲ ପାଇ କାମ କରୁଥିଲେ। ଏମାନଙ୍କୁ ୨ରୁ ୫ ହଜାର ପର୍ଯ୍ୟନ୍ତ କମିସନ ମିଳୁଥିଲା। ସୁନୀଲର ର‍୍ୟାକେଟରେ ୫ ହଜାରରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୂପଜୀବୀ ଥିଲେ। ଅର୍ଥବଳ ଓ ବାହୁବଳ ମାଧ୍ୟମ କରି ସୁନୀଲ ତାର ର‍୍ୟାକେଟ ଚଳାଉଥିଲା ବୋଲି ପୁଲିସ ତାର ଚାର୍ଜସିଟ୍‌ରେ ଉଲ୍ଳେଖ କରିଛି।
ଗ୍ରାହକ ମିଳିଯିବା ପରେ କେଉଁ ସ୍ଥାନରେ ସେମାନଙ୍କୁ ସେବା ଯୋଗାଇ ଦିଆଯିବ ସେ ନେଇ ସୂଚନା ଦିଆଯାଉଥିଲା। ଏହି ର‍୍ୟାକେଟ୍‌ରେ ବିଭିନ୍ନ ବର୍ଗର ଝିଅମାନଙ୍କୁ ସୁନୀଲ ସାମିଲ କରି ଗ୍ରାହକମାନଙ୍କୁ ଖୁସି କରୁଥିଲା। କଲେଜ ଛାତ୍ରୀ, ଆଲବମ୍‌ ଅଭିନେତ୍ରୀ, ଏୟାରହୋଷ୍ଟ୍ରେସ, ବିଭିନ୍ନ ଘରୋଇ କମ୍ପାନିରେ ଚାକିରି କରୁଥିବା ଯୁବତୀ ଏପରିକି ବିଦେଶିନୀମାନେ ତାର ର‍୍ୟାକେଟ୍‌ରେ ସାମିଲ୍‌ ଥିଲେ। 
ଏଠାରେ ପ୍ରକାଶଥାଉକି, ସୁନୀଲ ମେହେର  ବିରୋଧରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ୯ଟି ମାମଲା ଥିଲା। ଏଥି ମଧ୍ୟରୁ ୩ଟି ମାମଲାରେ ସେ ମୋଷ୍ଟଓ୍ଵାଣ୍ଟେଡ୍‌ ଥିଲା। କମିସନରେଟ୍‌ ପୁଲିସ ତାକୁ ଗିରଫ କରିବାକୁ ଖୋଜାଖୋଜି କରୁଥିବାବେଳେ ସେ ରାଜ୍ୟ ବାହାରକୁ ଚାଲି ଯାଇଥିଲା। ଗତ ଏପ୍ରିଲ ମାସ ୨୧ ତାରିଖରେ କୁଇକ୍‌ ଆକ୍ସନ ଟିମ୍‌ ତାକୁ କୋଲକାତା ବିମାନବନ୍ଦରରୁ ଗିରଫ କରିଥିଲା। ସେ ଗୁଜୁରାଟରୁ ବିମାନ ଯୋଗେ କୋଲାକାତାକୁ ଏକ କୋର୍ଟ କାମରେ ଆସୁଥିବାବେଳେ କୁଇକ୍‌ ଆକ୍ସନ ଟିମ୍‌ର ଆକାଶ ରଣା ଓ ତାଙ୍କ ଟିମ୍‌ ତାକୁ କାବୁ କରିଥିଲେ। ପରେ ପରେ ତାକୁ ଭୁବନେଶ୍ୱର ଅଣାଯାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ସୁନୀଲକୁ ୫ ଦିନ ଲାଗି ରିମାଣ୍ଡରେ ନେଇ ତାର ର‍୍ୟାକେଟ ସମ୍ପର୍କରେ ଖୋଳତାଡ଼ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ସୁନୀଲର ୧୦ ଜଣିଆ ର‍୍ୟାକେଟ୍‌ ଅଛି। ଯେଉଁମାନେ ସୁନୀଲ ପାଇଁ ରାଜଧାନୀରେ କାମ କରୁଥିଲେ।
 

image