25 July 2017
6:13:51 PM
image
Sambad News
ରାଜ୍ୟ

ପାଣିପାଗ ବିଭାଗର ସୂଚନା, କାଳବୈଶାଖୀ ସମ୍ଭାବନା

By Sambad | Date: May 19 2017 3:48PM
ପାଣିପାଗ ବିଭାଗର ସୂଚନା, କାଳବୈଶାଖୀ ସମ୍ଭାବନା

ଭୁବନେଶର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଗଞ୍ଜାମ, ମୟରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। କାଳବୈଶାଖୀ ପ୍ରଭାବରେ ଏହି ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ କୁଆପଥର ପଡ଼ିପାରେ ବୋଲି କୁହାଯିବା ସହ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଏହି ସୂତ୍ରରୁ କୁହାଯାଇଛି।