29 April 2017
6:56:45 PM
image
Sambad News
ରାଜ୍ୟ

ବୀଭତ୍ସ: କମେଣ୍ଟ ମରାକୁ ବିରୋଧ କରିବାରୁ କିରୋସିନି ଢ଼ାଳି ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

By Sambad | Date: Jan 12 2017 1:33PM
ବୀଭତ୍ସ: କମେଣ୍ଟ ମରାକୁ ବିରୋଧ କରିବାରୁ କିରୋସିନି ଢ଼ାଳି ନାବାଳିକା ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଭବାନୀପାଟଣା:  ୧୦ମ ଶ୍ରେଣୀରେ ପଢ଼ୁଥିବା ଜଣେ ଝିଅକୁ କମେଣ୍ଟ ମାରିଲେ ଦୁଇ ଜଣ ଯୁବକ। ଏହି କଥା ନାବାଳିକା ଜଣକ ଯାଇ ଘରେ କହିବାରୁ ଉତ୍ୟେକ୍ତ ଦୁଇ ଯୁବକ କିରୋସିନି ଢ଼ାଳିି ଦେହରେ ନିଆଁ ଲଗାଇ ଦେଇଛନ୍ତି।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ  ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
 ମିଳିଥିବା ସୂଚନାରୁ ପ୍ରକାଶଯେ, ଗତକାଲି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ମଧୁପୁର ଗାଁର ଦୁଇ ଯୁବକ ବୁଲୁ ଦାସ ଓ ସନା ସାହୁ ସେହି ଗ୍ରାମର ଏକ ୧୦ମ ଶ୍ରେଣୀ ଝିଅକୁ କମେଣ୍ଟ ମାରିଥିଲେ। ଏହାକୁ ଝିଅଟି ବିରୋଧ କରିବା ସହିତ  ଘରକୁ ଫେରି ନିଜ  ପରିବାର ଆଗରେ କହିଥିଲା। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଝିଅଟି ଘରେ ଏକୁଟିଆ ଥିବା ବେଳେ ତାର ବାପାମାଆ ବାହାରକୁ ଯାଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତଦ୍ୱୟ ଘରେ ପଶି ଝିଅଟି ଉପରେ ଜୋର ଜବରଦସ୍ତ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁଚବକଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛ

image