28 February 2017
1:36:00 PM
Sambad News
ସୁବର୍ଣ୍ଣପୁର

ସୋନପୁର ବ୍ଲକରେ ଏସ୍‌ଏଚ୍‌ଜି ମେଳା

By Sambad | Date: Dec 15 2016 9:39AM
ସୋନପୁର ବ୍ଲକରେ ଏସ୍‌ଏଚ୍‌ଜି ମେଳା


ସୋନପୁର: ବୁଧବାର ସୋନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମିସନ ଶକ୍ତି ଓ ମହିଳା ସଶକ୍ତୀକରଣ ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋନପୁର ଉପଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏପିଡି ପ୍ରଶାସନ ଯୁଗଳେଶ୍ୱରୀ ଦାଶ, ବ୍ଲକ ଅଧ୍ୟକ୍ଷ ଦିନେଶ ଅଗ୍ରଓାଲ, ବିଡିଓ ଅନବିରୁଦ୍ଧ ପ୍ରଧାନ, ଏପିଡି ପ୍ରଶିକ୍ଷଣ ଶୈବାଳିନୀ ପଟ୍ଟନାୟକ, ସିଡିପିଓ ନିବେଦିତା ସରାଫ, ଓଏଲଏମ ସଂଯୋଜକ କେଶବ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।  ଏସ୍‌ଏଚ୍‌ଜିଗୁଡ଼ିକୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ୫୦ଟି ଗୋଷ୍ଠୀକୁ ୧୦ ହଜାର ଟଙ୍କା ଲେଖାଏଁ ଚେକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍‌ ସୁପରଭାଇଜର ଓ ଅନ୍ୟମାନେ ଉପସ୍ଥିତ ଥିଲେ।