26 May 2017
2:55:16 PM
image
Sambad News
ସୁବର୍ଣ୍ଣପୁର

୯ ଦଫା ଦାବିରେ ଏପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

By Sambad | Date: Dec 21 2016 5:12AM
୯ ଦଫା ଦାବିରେ ଏପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା

ସୋନପୁର: ୯ ଦଫା ଦାବି ନେଇ ମଙ୍ଗଳବାର ଆମ୍ବେଦକା୍ରଇଟ ପାର୍ଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ରୋଜଗାର, ସମ୍ପତି ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା, ଦେଶର ଶତକଡା ୪୦ ପ୍ରତିଶତ ଓବିସି ଲୋକଙ୍କ ପାଇଁ ଉପଯୋଜନା ଆଦି କରିବା ଦାବିରେ ଏହି ଧାରଣା ଦିଆଯାଇଥିଲା। ପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଧାରଣାରେ ଜିଲ୍ଲା ପ୍ରଭାରୀ ଗିରିଧାରୀ ଖୁରା, ଜିଲ୍ଲା ସଭାପତି ଜ୍ୟୋତିର୍ମୟ ନାଗ, ସମ୍ପାଦକ ନବୀନ ଭୋଇ, କଷ୍ଟ ଜଗଦଲା, ସୁଶାନ୍ତ ପାତ୍ର, ଅଭିମନ୍ୟୁ କୁଶଳ ପ୍ରମୁଖ ସାମିଲ ଥିଲେ।
 

image