28 February 2017
1:35:31 PM
Sambad News
ସୁବର୍ଣ୍ଣପୁର

ଭାରତ ସ୍କାଉଟ ଆଣ୍ଡ ଗାଇଡ ଜିଲ୍ଲା କେମ୍ପୋରି ଉଦ୍‌ଘାଟିତ

By Sambad | Date: Dec 24 2016 10:18AM
ଭାରତ ସ୍କାଉଟ ଆଣ୍ଡ ଗାଇଡ ଜିଲ୍ଲା କେମ୍ପୋରି ଉଦ୍‌ଘାଟିତ

ସୋନପୁର: ଭାରତ ସ୍କାଉଟ ଆଣ୍ଡ ଗାଇଡ ଚତୁର୍ଥ ଜିଲ୍ଲାସ୍ତରୀୟ କେମ୍ପୋରି ଶୁକ୍ରବାର ସାହାରା ଟ୍ରଷ୍ଟ ହାଇସ୍କୁଲରେ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଚିଫ କମିସନର ସ୍କାଉଟ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦାଶରଥୀ ଶତପଥୀ ମୁଖ୍ୟ ଅତିଥି,  ପିଡି ଡିଆରଡିଏ ବିଶ୍ୱନାଥ ସାହୁ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ବେଣୁଧର ବେହେରା, ଡିଆଇପିଆରଓ ଅଶୋକ ମିଶ୍ର, ବୀରମହାରାଜପୁର ବିଇଓ ନିହାରବାଳା ଦାଶ, ତରଭା ବିଇଓ କେଶବ ମେହେର, ସ୍କାଉଟ ଆଣ୍ଡ ଗାଇଡର ଜିଲ୍ଲା ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ଜିଲ୍ଲା କମିସନର ବୈଦ୍ୟନାଥ କର୍ଣ୍ଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାହାର ଟ୍ରଷ୍ଟର ଅଧ୍ୟକ୍ଷ ଗତିକୃଷ୍ଣ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୀଳାଞ୍ଚଳ ମେହେର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ  ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଜିଲ୍ଲାର ୯୩ଟି ସ୍କୁଲର ୪୦୦ ଜଣ ସ୍କାଉଟ ଆଣ୍ଡ ଗାଇଡ ଅଂଶ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ ପଣ୍ଡା, ଅମ୍ବୁଜ ବିହାରୀ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।