30 March 2017
12:13:57 PM
Sambad News
ସୁବର୍ଣ୍ଣପୁର

କଂଗ୍ରେସର ଚକାଜାମ ଆନ୍ଦୋଳନ

By Sambad | Date: Dec 27 2016 5:07AM
କଂଗ୍ରେସର ଚକାଜାମ ଆନ୍ଦୋଳନ

ସୋନପୁର: ମାଲକାନଗିରିରେ ଜାପାନୀ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ସରକାର ତାଙ୍କ ପାଇଁ  କୌଣସି ଅନୁକମ୍ପା ରାଶି ପ୍ରଦାନ ନ କରିବା ତଥା ସେମାନଙ୍କ ପରିବାର ବର୍ଗଙ୍କୁ ଆବଶ୍ୟକ ସହାୟତା ନଦେବା ପ୍ରତିବାଦରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସୋନପୁର ବ୍ଲକ ଛକ ନିକଟରେ ଦୁଇ ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଥିଲା। ଏଥିରେ ଜିଲ୍ଲା ସଭାପତି ଶଙ୍କର ଦାଶ, ପୂର୍ବ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ସୁରଜ ବାଗ, ମାଧବ କୁମ୍ଭାର, ଭିକାରୀ ଝାଙ୍କର, ସୋନପୁର ବ୍ଲକ ସଭାପତି ବରୁଣ ସୁନା, ବନ୍ଧବିହାରୀ ନାଏକ, ରାଜେନ୍ଦ୍ର ମେହେର, କୃଷ୍ଣ ବାଗ, ମିତ୍ରଭାନୁ ଭୋଇ, ରବୀନ୍ଦ୍ର ହୋତା, ବିଶ୍ୱେଶର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।