20 February 2017
12:22:05 AM
Sambad News
ସୁବର୍ଣ୍ଣପୁର

୧୦ କେଜି ଗଂଜେଇ ସହ କାର ଜବତ, ୪ ଗିରଫ

By Sambad | Date: Dec 27 2016 5:14AM
୧୦ କେଜି ଗଂଜେଇ ସହ କାର ଜବତ, ୪ ଗିରଫ

ସୋନପୁର: ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ସୋମବାର ସୋନପୁର ପୁଲିସ ୪ ଜଣ  ଆନ୍ତରାଜ୍ୟ  ଗଂଜେଇ ମାଫିଆଙ୍କୁ ଗିରଫ କରିଛି ଏକ ନମ୍ବର ବିହୀନ ମାରୁତି ୮୦୦ କାର ଏବଂ ୧୦ କେଜି ଗଂଜେଇ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାଜ୍ୟ ଜାଂଜଗିରଚାପା ଜିଲ୍ଲା ବାରାଦ୍ୱାର ଥାନା ତାଠୋରୀ ଗ୍ରାମର କିସନ ଅଗ୍ରଓ୍ଵାଲ, ମୁକେଶ ତଣ୍ଡନ, ଜୟଜୟପୁର ଥାନା କାଶିଗଡ଼ ଗ୍ରାମର ରିଷି ସାହୁ ଓ ଜତପୁରାଭୋତିଆ ଗ୍ରାମର ଦୀପଚାନ୍ଦ ଚନ୍ଦ୍ର।

ପୁଲିସ ସୂତ୍ରରୁ ପ୍ରକାଶ ଯେ ପଡ଼ୋଶୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଟରୁ ଗଂଜେଇ ଚୋରାଚାଲାଣ ହେଉଥିବା ଖବର ଚଢ଼ଉ କରାଯାଇ କୁଂଜ ଛକଠାରେ ପୁଲିସ ଧରିଥିଲା ଉକ୍ତ ଗାଡ଼ିରୁ ପୁଲିସ ଗଂଜେଇକୁ ଜବତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଆସନ୍ତକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏସପି ପ୍ରଫୁଲ୍ଲ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଅମରେନ୍ଦ୍ର ଷାଣ୍ଢ ନେତୃତ୍ୱରେ ଏସଆଇ ଆଶିଷ ଜେନା, ଏସଆଇ ରବୀନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।