23 February 2017
8:15:56 AM
Sambad News
ସୁବର୍ଣ୍ଣପୁର

ବସ୍‌ ଚୂର୍‌ମାର୍‌, ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜ ଛାତ୍ରଛାତ୍ରୀ ସୁରକ୍ଷିତ

By Sambad | Date: Dec 29 2016 9:58AM
ବସ୍‌ ଚୂର୍‌ମାର୍‌, ବିନିକା ସିଦ୍ଧାର୍ଥ ଡିଗ୍ରି କଲେଜ ଛାତ୍ରଛାତ୍ରୀ ସୁରକ୍ଷିତ

ସୋନପୁର ଜିଲ୍ଲା ବିନକାର ସିଦ୍ଧାର୍ଥ ଡିଗ୍ରି କଲେଜର ଛାତ୍ରଛାତ୍ରୀ ବଲାଙ୍ଗୀର ସହରର ରଜନୀଗନ୍ଧା ଏକ ଘରୋଇ ବସ (ଓଡି ୦୩ ସି ୦୩୦୩) ବସ୍‌ ଯୋଗେ ପିକନିକ ପାଇଁ ଫୁରଲିଝରନ ଠାରେ ପହଞ୍ଚିଥିଲେ। ଏହି ପିକନିକ ଦଳରେ ୨୦ ଜଣ ଛାତ୍ରୀ, ୮ ଜଣ କର୍ମଚାରୀ ଓ ୩୨ ଜଣ ଛାତ୍ର ପିକନିକ କରି ଖୁସି ମନେଇବା ପାଇଁ ଆସିଥିଲେ। ପାର୍କିଂ ଅସୁବିଧା ଯୋଗୁଁ  ମୁଖ୍ୟ ରାସ୍ତା ଉପରେ ବସକୁ ରଖିଥିଲେ।

ଦୁର୍ଘଟଣା କେଇ ମିନିଟ ପୂର୍ବରୁ ଡ୍ରାଇଭର ଓ ହେଲପର ବସକୁ ଛାଡ଼ି ପିକିନିକ ସ୍ଥାନକୁ ଯାଇଥିଲେ। ରୋଷେଇ ଶେଷ ହେବା ଉପରେ ଥିଲା। ହଠାତ୍‌ ଏକ ପ୍ରଚଣ୍ଡ ଶବ୍ଦ ପିକନିକ ମାହୋଲକୁ ଆତଙ୍କିତ କରିଦେଇଥିଲା। ବୁଝିଲା ବେଳକୁ ଖାଲିବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହିଭଳି ଘଟଣାରେ ଛାତ୍ରଛାତ୍ରୀ ନଖାଇ ନପିଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। କର୍ମଚାରୀମାନେ ଆହତମାନଙ୍କୁ ପୁଲିସ ଗାଡ଼ିରେ ନେବା ପାଇଁ ସହଯୋଗ କରିଥିଲେ। ବସଟି ଭଙ୍ଗିରୁଜି ଯାଇଥିବାରୁ ୧୫ କିଲୋମିଟର ଦୂର ଭବାନୀପାଟଣା ସହରକୁ ଚାଲିଚାଲି ରାତି ପ୍ରାୟ ସାଢ଼େ ଆଠଟାରେ ପହଞ୍ଚିଥିଲେ।