18 January 2017
7:29:08 PM
Sambad News
ସୁବର୍ଣ୍ଣପୁର

ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By Sambad | Date: Dec 30 2016 11:10AM
ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଲାଠୋର/ ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଘୁନସର ରାଜୁ ସଂରକ୍ଷଣ ଜଙ୍ଗଲରୁ ଗୁରୁବାର ଗୋପୀନାଥ ମାଝୀ (୪୫)। ନାମକ ଜଣେ ବ୍ୟକ୍ତିଙ୍କ ଶବକୁ ଲାଠୋର ପୁଲିସ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଘୁନସର ଗ୍ରାମର ଗୋପୀନାଥ ବୁଧବାର ସନ୍ଧ୍ୟାରୁ କୁଆଡ଼େ ଚାଲି ଯାଇଥିଲେ। ଘର ଲୋକେ ଖୋଜା ଖୋଜି କରୁଥିବା ବେଳେ ହଠାତ ତାଙ୍କର ମୃତଦେହ ଘୁନସର ରାଜୁ ସଂରକ୍ଷିତ ଜଙ୍ଗଲରୁ ମିଳିଥିଲା।

ଏହି ଘଟଣା ପରେ ସ୍ତ୍ରୀ ଫୁଲସରୀ ମାଝୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ଲାଠୋର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଶବ ଜବତ କରି ଖପ୍ରାଖୋଲ ହସପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଲାଠୋର ଥାନା କେସ ନଂ ୧୧୬/୧୬ ଦଫା ୩୦୨ ଏବଂ ଏସସିଏସଟି ପ୍ରିଭେନସନ ଆକ୍ଟ ୧୯୮୯ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ କିଏ ଜଣା ପଡ଼ି ନାହିଁ। କେସଟିକୁ ଏସଡିପିଓ  ଶେଷଦେବ ବରିହା ତଦନ୍ତ କରୁଛନ୍ତି ବୋଲି ଲାଠୋର ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି।