18 January 2017
7:31:30 PM
Sambad News
ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ

By Sambad | Date: Dec 31 2016 9:57AM
ସୁବର୍ଣ୍ଣପୁର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୫ଟି ପର୍ଯ୍ୟାୟରେ ମତଦାନ ହେବ। ଜିଲ୍ଲାର ୬ ଟି ବ୍ଲକର ୧୦୯ଟି ପଞ୍ଚାୟତ ଏବଂ ୧୩ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରତ୍ୟେକ ଓାର୍ଡକୁ ବୁଥ ଭାବରେ ନିଆଯାଇଛି। ୫ଟି ପର୍ଯ୍ୟାୟରେ ଜିଲ୍ଲାର ୧୪୬୨ଟି କେନ୍ଦ୍ରରେ ମତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତରଭା ବ୍ଲକରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ ତାରିଖରେ ତରଭା ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ।

ଦ୍ୱିତୀୟ ପର୍ଯ୍ୟାୟ ୧୫ ତାରିଖରେ ଡୁଙ୍ଗୁରିପାଲି ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ। ସେହିପରି ତୃତୀୟ ପର୍ଯ୍ୟାୟ ୧୭ ରେ ସୋନପୁର ବ୍ଲକର ୨ଟି ଏବଂ ବିନିକା ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ। ଚତୁର୍ଥ ପର୍ଯ୍ୟାୟରେ ୧୯ ତାରିଖରେ ଉଲୁଣ୍ଡା ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରେ ଏବଂ ପଞ୍ଚମ ପର୍ଯ୍ୟାୟ ୨୧ ତାରିଖ ବୀରମହାରାଜପୁର ବ୍ଲକର ୨ଟି ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ନେଇ ଏବେ ବିଭିନ୍ନ ଦଳର ପ୍ରସ୍ତୁତି ଜୋର୍‌ ଧରିଲାଣି। ବର୍ତ୍ତମାନ ପ୍ରାର୍ଥୀ ଖୋଜାରେ ଲାଗିଛନ୍ତି ବିଭିନ୍ନ ରାଜନୈତିକ ଦଳ। ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜର ଲୋକଙ୍କ ପାଖକୁ ଯିବାକୁ ବସିଲେଣି।