22 February 2017
9:19:47 AM
Sambad News
ସୁବର୍ଣ୍ଣପୁର

ଘରେ ପଶି ଯୁବକଙ୍କୁ ହତ୍ୟା

By Sambad | Date: Dec 31 2016 11:58PM
ଘରେ ପଶି ଯୁବକଙ୍କୁ ହତ୍ୟା
Photo by : ytimg.com

ଯାଲୋଏ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ଗାଁରେ ସନତ ପଧାନ (୩୫) ନାମକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ଘରେ ପଶି ଦୁବୃର୍ତ୍ତମାନେ ତାଙ୍କୁ ହାଣି ହତ୍ୟା କରିବା ପରେ ଫେରାର୍‌ ହୋଇ ଯାଇଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ଓ ଦୁଇ ହାତ ପାପୁଲି କାଟି ଦେଇଛନ୍ତି। ଖବର ପାଇ ଏସ୍‌ପି ପ୍ରଫୁଲ୍ଲ ପାତ୍ର, ଡିଏସପି ଏମ.ଆର. ବିଶ୍ୱାଳ, ଆଇଆଇସି ହେମନ୍ତ ରାଓ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି।

ବୀରମହାରାଜପୁର ପୁଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନାମତେ କଳାପଥର ଗ୍ରାମର ଆର୍ତ୍ତତ୍ରାଣ ପଧାନଙ୍କ ପୁଅ ସନତ ପୂର୍ବରୁ ତିନିଥର ବିବାହ କରିଥିଲେ ହେଁ ଏକାକୀ ରହୁଥିଲେ। ତାଙ୍କୁ ଗତ ଗୁରୁବାର ରାତିରେ ହତ୍ୟା କରାଯାଇଥିବା ଜଣାଯାଇଛି। ସନତଙ୍କ ପିତା ଆର୍ତ୍ତତ୍ରାଣଙ୍କ ଅଭିଯୋଗକ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।