21 January 2017
5:39:59 AM
image
Sambad News
ସୁବର୍ଣ୍ଣପୁର

ତରଭା ଏଇଏସ କଲେଜ ସମସ୍ୟା ସମାଧାନ ଦାବି

ଜିଲ୍ଲାପାଳଙ୍କ ଅଫିସ ଆଗରେ ଛାତ୍ରଙ୍କ ବିକ୍ଷୋଭ

By Sambad | Date: Jan 3 2017 5:54AM
ତରଭା ଏଇଏସ କଲେଜ ସମସ୍ୟା ସମାଧାନ ଦାବି

ସୋନପୁର: ତରଭା ଏଇଏସ କଲେଜର ୫ ଦଫା ଦାବି ପୂରଣ ନେଇ ସୋମବାର ଦିନ କଲେଜ ଛାତ୍ରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରମାନେ ବ୍ଲକ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାାଳୟ ସମ୍ମୁଖରେ ପହଂଚିଲା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଛାତ୍ର ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ବାରମ୍ବାର ଦାବି ପୂରଣ ନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ତାହାର କୌଣସି ସମାଧାନ ହୋଇନଥିବା ଅଭିଯୋଗ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଶ୍ରେଣୀ ଗୃହ ନିର୍ମାଣ, ଲାଇବ୍ରେରିରେ ଆବଶ୍ୟକ ପୁସ୍ତକ ଯୋଗାଣ, କଲେଜ କେଣ୍ଟିନ, ସାଇକଲ ଷ୍ଟାଣ୍ଡ, ରିଡିଂରୁମ ସ୍ଥାପନ  ଆଦି ୫ ଦଫା ଦାବିପତ୍ର ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କୁ ଛାତ୍ରମାନେ ପ୍ରଦାନ କରିଥିଲେ। ଏଥିରେ ଛାତ୍ର ସଂସଦ ସଭାପତି ଅମୃତ ନାଏକ, ଉପସଭାପତି ପରମା ମହାନନ୍ଦ, ସାଧାରଣ ସମ୍ପାଦକ ପ୍ରୟବ୍ରତ ତ୍ରିପାଠୀ, ସୁରଜ ସାହୁ, ଶ୍ରୀକୁମାର ମହାନ୍ତି, କୈଳାସ ମଲ୍ଲିକ, ଜ୍ଞାନ ନାଏକ, ଅଭିଜିତ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।