29 March 2017
2:46:58 PM
Sambad News
ସୁବର୍ଣ୍ଣପୁର

ପଏଁରୀ ତିହାରର ଦ୍ୱିତୀୟ ସନ୍ଧ୍ୟା : ଲୋକ ନୃତ୍ୟ ଓ ଲୋକ ସଙ୍ଗୀତରେ ଝୁମିଲେ ଦର୍ଶକ

By Sambad | Date: Jan 3 2017 6:25AM
ପଏଁରୀ ତିହାରର ଦ୍ୱିତୀୟ ସନ୍ଧ୍ୟା : ଲୋକ ନୃତ୍ୟ ଓ ଲୋକ ସଙ୍ଗୀତରେ ଝୁମିଲେ ଦର୍ଶକ

ସୋନପୁର : ପଏଁରୀ ତିହାରର ସୋମବାର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟାର ସାଂସ୍କୃତିକ ସଭା ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ତହସିଲଦାର ମେଘବାନ ବାଗ, ରାଜ୍ୟ ପରିକଳ୍ପନା ସମନ୍ଵୟକାରୀ ବାସୁଦେବ ମାଲ ବିଶୋଇ ପ୍ରମୁଖ ଯୋଗଦେଇ ପଏଁରୀ ତିହାର କାର୍ଯ୍ୟକ୍ରମ ପାରମ୍ପାରିକ ଲୋକ କଳା, ଲୋକ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ପ୍ରୟାସ କରୁଥିବା ଏବଂ ଆମ ଅଂଚଳର ଲୋକ ସଂସ୍କୃତିକୁ ନେଇ ସମଗ୍ର ଦେଶରେ ପରିଚିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଶ୍ରେୟ ଦେଇଥିଲେ। 
 
ପୁରୁଣା ସଂସ୍କୃତିକୁ ଭୁଲି ଆମ ସମାଜର ବିକାଶର କଥା ଚିନ୍ତା କରାଯାଇ ପାରେନା, ଏଣୁ ଆମ ଅଂଚଳର ପୁରୁଣା ସଂସ୍କୃତି ଏବଂ ପରମ୍ପରା ବଜାୟ ରଖିବା ପାଇଁ ସାମୂହିକ ଉଦ୍ୟମ ଦରକାର ବୋଲି  ଅତିଥିମାନେ ମତ ପ୍ରକାଶ କରିଥିଲେ। ରାଜ୍ୟରେ ୮ ହଜାର ଲୋକକଳା ରହିଥିବା ବେଳେ ୪୭୧ଟି ଲୋକକଳା ଦଳ ଏବଂ ୧ଲକ୍ଷରୁ ଅଧିକ କଳାକାର ଅଛନ୍ତି। ପଏଁରୀ ଲୋକକଳା, ଲୋକଗୀତ, ଲୋକନୃତ୍ୟକୁ ନେଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ତାହ ଆମର ସଂସ୍କୃତିକୁ ବଂଚାଇ ରଖିବାର ଏକ ପ୍ରୟାସ । 
 
ଏହି ଅବସରରେ ଲୋକକଳା ଗବେଷକ ବାସୁଦେବ ମାଲବିଶୋଇଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା। ପଏଁରୀ ଅନୁଷ୍ଠାନର ସମ୍ପାଦକ ଚୌଧୁରୀ ବିଭାରଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଏଁରୀର ଜାମୁଡାଲି ଲୋକନୃତ୍ୟ, ମୟୁରୀ ସୁନ୍ଦରଗଡର ଆଦିବାସୀ ନୃତ୍ୟ ଓ ରସରକେଲି, ଦର୍ଶନ ଲୋକ ସଂସ୍ଥାନ ମଧ୍ୟପ୍ରଦେଶର ଲୋକନୃତ୍ୟ, ଚେତନା ସାଂସ୍କୃତିକ ଅନୁଷ୍ଠାନ ସହେଲାର ନୂଆଁଖାଇ ଓ ଢାପ ଆଦି ପରିବେଷଣ କରାଯାଇଥିଲା। ଲୋକନୃତ୍ୟ, ଢୋଲ ,ନିଶାନ,ତାସାର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ। ଏହି ଅବସରରେ କଳାକାର ବିଜୟଲକ୍ଷ୍ମୀ ଜାଲ ଓ ମୁସ୍କାନ ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପରାମର୍ଶଦାତା ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମର ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ, ବସନ୍ତ ନାଏକ, ସଂଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।