20 February 2017
12:21:02 AM
Sambad News
ସୁବର୍ଣ୍ଣପୁର

ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି

ନବ ନିର୍ମାଣ କୃଷକ ସଂଗଠନର ଧାରଣା

By Sambad | Date: Jan 4 2017 7:23AM
ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି

ସୋନପୁର: ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସାତ ଦଶନ୍ଧି ଧରି କୃଷକମାନେ ଅବହେଳାର ଶିକାର ପାଲଟିଛନ୍ତି। ସରକାର ସେମାନଙ୍କର ଆର୍ଥିକ ଦୂରାବସ୍ଥାକୁ ସୁଧାରିବାରେ ବିଫଳ ହୋଇଛନ୍ତି। ଗତ ନଭେମ୍ବର ୧୪ ତାରିଖ ଦିନ କୃଷକମାନେ ସେମାନଙ୍କର ଦୁରବସ୍ଥା ସମ୍ପର୍କରେ ଜଣାଇବାପାଇଁ ଭୁବନେଶ୍ୱରରେ ଏକତ୍ରିତ ହୋଇଥିଲେ କିନ୍ତୁ ଓଡିଶା ସରକାର ସେମାନଙ୍କୁ ଶତ୍ରୁଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଯାହାକି ଅଗଣତାନ୍ତ୍ରିକ।

କୃଷକମାନଙ୍କର ଆର୍ଥିକ ଦୂରବସ୍ଥା ଦୂର ପାଇଁ ଧାନ  କୁଇଣ୍ଟାଲ ପିଛା ୫ ହଜାର ଟଙ୍କା ଏବଂ ପେନସନ ୫ ହଜାର ଟଙ୍କା କରିବା ସହିତ ସେମାନଙ୍କୁ ଠିକ ଭାବରେ ସମ୍ମାନ ପ୍ରଦର୍ଶନ କରାଯାଉ ବୋଲି ଦାବି କରାଯିବା ସହିତ ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ଧାରଣାରେ ପୂର୍ଣ୍ଣଚନ୍ଦ୍ର ଧଳ, ରାଜେନ୍ଦ୍ର ପ୍ରସାଦ ମିଶ୍ର, ରାଜେନ୍ଦ୍ର ନାଏକ, ରଂଜନ ମେହେର, ଭିକାରୀ ପ୍ରଧାନ,  ଦିଲୀପ ଜଗଦଲା, ସାଇକ ଜଗଦଲା, ଇନ୍ଦ୍ରମଣି ସାହୁ, ନରେନ୍ଦ୍ର ଭୋଇ, ମଧୁସୂଦନ ଭୋଇ, ସଂଜୀବ ଭୋଇ, ଗୁପ୍ତେଶ୍ୱର ଭୋଇ, ଗୁଲଠୁ ଜଗଦଲା, ବିଶି ବାଘ, ତ୍ରିପୁରାରୀ ଭୋଇ, ଶିବ ପ୍ରସାଦ ସୁନା, ବିଶି ବାଘ, ନନ୍ତ ଭରସାଗର ପ୍ରମୁଖ ଧାରଣାରେ ବସିଥିଲେ।