25 May 2017
3:58:13 PM
image
Sambad News
ସୁବର୍ଣ୍ଣପୁର

ଅଟୋ-ଟୁରିଷ୍ଟ ବସ୍‌ ଧକ୍କା, ବୃଦ୍ଧ ମୃତ

By Sambad | Date: Jan 7 2017 10:50AM
ଅଟୋ-ଟୁରିଷ୍ଟ ବସ୍‌ ଧକ୍କା, ବୃଦ୍ଧ ମୃତ

ଧମା: ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ବତେମୁରାଠାରେ ଟୁରିଷ୍ଟ ବସ୍‌ (ଓଆର୍‌ ୦୨ଏସ୍‌ ୦୧୪୫) ଧକ୍କାରେ ଅଟୋ (ଓଡି ୧୫ବି ୯୮୮୮) ରେ ଥିବା ବରଗାଁର ପଞ୍ଚାନନ ସାହୁ(୭୦)ଙ୍କ ମୃତ୍ୟୁ ହୋଇଛି। ପଞ୍ଚାନନ ଅଟୋରେ ସମ୍ବଲପୁରରୁ ଘରକୁ ଫେରୁଥିଲେ। ଏହି ସମୟରେ ନୟାଗଡ଼ର  ଯାତ୍ରୀଙ୍କୁ ନେଇ ହୁମା ଯାଉଥିବା ଟୁରିଷ୍ଟ ବସ୍‌ ଅଟୋକୁ ଧକ୍କା ଦେଇଥିଲା।  ପଞ୍ଚାନନ ଅଟୋରୁ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସଦର ଡାକ୍ତରଖାନା ଅଣାଯାଇଥିଲା। ପରେ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

image