20 August 2017
11:33:08 AM
Sambad News
ସୁବର୍ଣ୍ଣପୁର

୭୫ କେଜି ଗଞ୍ଜେଇ ସହ କାର ଜବତ, ୨ ଗିରଫ

By Sambad | Date: Jan 12 2017 9:43AM
୭୫ କେଜି ଗଞ୍ଜେଇ ସହ କାର ଜବତ, ୨ ଗିରଫ

ସୋନପୁର: ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ସୋନପୁର ପୁଲିସ ୨ ଜଣ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ମାଫିଆଙ୍କୁ ଗିରଫ  କରିଛି। ସେମାନେ ବ୍ୟବହାର କରିଥିବା ଏକ ନମ୍ବର ବିହୀନ ଇଣ୍ଡିଗୋ କାର, ସେଥିରେ ଥିବା ୭୫ କେଜି ଗଞ୍ଜେଇ, ୧୬ହଜାର ଟଙ୍କା ଏବଂ ୨ଟି ମୋବାଇଲ ଜବତ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ  ମଧ୍ୟପ୍ରଦେଶ ରାଜ୍ୟ ସିଂଗ୍ରାଉଲି ଜିଲ୍ଲା ଚିତ୍ରଙ୍ଗୀ ଥାନା ପଣ୍ଡି ଗାଁର ରାଜକୁମାର ଜୟସ୍ୱାଲ(୩୮) ଏବଂ ଆମପଦ୍ରୀ ଗାଁର ଶିବକରଣ ସଂକେତ(୨୫)। ପୁଲିସ ସତ୍ରରୁ ପ୍ରକାଶ ଯେ, ସୋନପୁର-ମନମୁଣ୍ଡା ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଏସ୍‌ପି ପ୍ରଫୁଲ୍ଲ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଆଇଆଇସି ଅମରେନ୍ଦ୍ର ଷାଣ୍ଢଙ୍କ ନେତୃତ୍ୱରେ  ହୋଇଥିବା ଚଢ଼ଉରେ ଏସ୍‌ଆଇ ସରୋଜ ଦାନୀ, ଏଏସ୍‌ଆଇ କ୍ଷୀରୋଦ ବାଘ, ଏଏସ୍‌ଆଇ ବୁଡୁ ଭୋଇ, ହାବିଲଦାର ଶିବପ୍ରସାଦ ବୁଡେକ ଏବଂ କନେଷ୍ଟବଳ ରଶ୍ମି ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।