21 January 2017
5:38:51 AM
image
Sambad News
ସୁନ୍ଦରଗଡ଼

କୋଇଲା ବୋଝେଇ ଡମ୍ପର ଜବତ, ଚାଳକ ଗିରଫ

By Sambad | Date: Jan 3 2017 6:57AM
କୋଇଲା ବୋଝେଇ ଡମ୍ପର ଜବତ, ଚାଳକ ଗିରଫ

ହେମଗିର,: ବଲିଙ୍ଗା ଫାଣ୍ଡି ଅନ୍ତର୍ଗତ ବସୁନ୍ଧରା ନିକଟ ମୁରୁମଢ଼ିପାଠାରେ ଚଢ଼ଉ କରି ଚୋରା ଚାଲାଣ ପାଇଁ ଥିବା କୋଇଲା ବୋଝେଇ ଡମ୍ପର (ଓଆର ୧୬ଡି ୧୫୫୫)କୁ ଜବତ କରିଛି। ଏଥିସହ ଡମ୍ପର ଚାଳକ ମହମ୍ମଦ ହାପିଜ୍‌(୨୨)କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାସ୍ଥଳରୁ ଅନ୍ୟ ଜଣେ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଗିରଫ ଡ୍ରାଇଭର ସୁନ୍ଦରଗଡ଼ସ୍ଥିତ ତେଙ୍କିରାଡ଼ିର ଏବଂ ଜବତ ଗାଡ଼ି ମଧ୍ୟ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି। ବଲିଙ୍ଗା ଫାଣ୍ଡି ଅଧିକାରୀ ଏସ୍‌. ସାମଲ ଚଢ଼ଉ କରିଥିଲେ। ଜବତ କୋଇଲାର ପରିମାଣ ପ୍ରାୟ ୮ ଟନ୍‌ ହେବ ବୋଲି ଜଣାପଡ଼ିଛି।