24 May 2017
9:15:43 PM
image
Sambad News
ସୁନ୍ଦରଗଡ଼

ନବଜାତ ଶିଶୁକୁ ନେଇ ବିବାଦ

By Sambad | Date: Jan 4 2017 7:43AM
ନବଜାତ ଶିଶୁକୁ ନେଇ ବିବାଦ

ରାଉରକେଲା: ନଅ ମାସର ନବଜାତ ଶିଶୁପୁତ୍ରକୁ କେନ୍ଦ୍ର କରି ବିବାଦ ଦେଖାଦେଇଛି। ଶାନ୍ତି ଲାକ୍ରା(୩୦) ନାମ୍ନୀ ଜଣେ ମହିଳା ମଧୁସୂଦନପଲ୍ଲୀ ବସ୍ତିରେ ରହୁଥିବାବେଳେ ସ୍ୱାମୀ ବିରକେରାରେ ଏକ ସେଲୁନରେ କାମ କରନ୍ତି। ଶାନ୍ତିଙ୍କ ଗୋଟିଏ ୬ ବର୍ଷର ଝିଅ ଥିବାବେଳେ ୯ ମାସ ପୂର୍ବେ ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ମାତ୍ର ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଏକ ମାସର ଶିଶୁପୁତ୍ରକୁ ଫର୍ଟିଲାଇଜର ଅଂଚଳର ସରସ୍ୱତୀ ସେଠୀ(୩୫)ଙ୍କୁ ଭରଣପୋଷଣ ପାଇଁ ଦେଇଥିଲେ।

ସରସ୍ୱତୀ ପ୍ରାୟ ୮ ମାସ ଧରି ଶିଶୁପୁତ୍ରର ଲାଳନପାଳନ କରିବାପରେ ଶାନ୍ତି ଗତ ୨୯ ତାରିଖରେ ଶିଶୁ ପୁତ୍ରକୁ ନେଇ ପଳାଇଆସିଥିଲେ। ଶିଶୁପୁତ୍ରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ତାଙ୍କଠାରୁ ଛଡ଼ାଇ ନେଇଥିବା ସରସ୍ୱତୀ ଶିଶୁ କଲ୍ୟାଣ ସମିତି(ସିଡବ୍ଲ୍ୟୁସି) ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବାପରେ ଆଜି ସିଡବ୍ଲ୍ୟୁସି କର୍ମକର୍ତା ଶାନ୍ତିଙ୍କୁ ପଚରାଉଚରା କରିଛନ୍ତି। ମାତ୍ର ବିକ୍ରି କରିବାକୁ ନୁହଁ, ବରଂ ନିଜ ପୁଅକୁ ନିଜେ ପାଳିବାପାଇଁ ନେଇ ଆସିଥିବା ସେ କହିଛନ୍ତି। ଘଟଣା ସନ୍ଦେହଜନକ ଥିବାରୁ ଶିଶୁ ବିକ୍ରି ନ କରିବାକୁ ତାଗିଦ୍‌ କରିଛି। ଏହାସହ ଗୋପବନ୍ଧୁପଲ୍ଲୀ ଫାଣ୍ଡି ପୁଲିସ୍‌କୁ ଏନେଇ ଲିଖିତଭାବେ ଅବଗତ କରାଯାଇଛି।

image