20 July 2017
6:04:14 PM
image
Sambad News
ସୁନ୍ଦରଗଡ଼

ଟ୍ରକ୍‌-ଡମ୍ପର ଧକ୍କା, ଚାଳକ ଅଳ୍ପକେ ବର୍ତ୍ତିଲେ

By Sambad | Date: Jan 6 2017 11:56AM
ଟ୍ରକ୍‌-ଡମ୍ପର ଧକ୍କା, ଚାଳକ ଅଳ୍ପକେ ବର୍ତ୍ତିଲେ

ବାଲିଶଙ୍କରା: ତଳସରା ଥାନା ଅନ୍ତର୍ଗତ ୩୧ନଂ ରାଜ୍ୟ ରାଜପଥର ବୁଡ଼ାବାହାଲ ଢ଼ାବା ନିକଟରେ ଏକ ଟ୍ରକ୍‌ ଏବଂ ଡମ୍ପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ ଯେ ରାଜଗାଙ୍ଗପୁରରୁ ଓଆର ୧୬ ସି ୮୫୫୮ ଡମ୍ପରଟି ସିମେଣ୍ଟ ବୋଝେଇ କରି କିଞ୍ଜିରକେଲା ଅଭିମୁଖେ ଯାଉଥିବାବେଳେ ବୁଡ଼ାବାହାଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ନମ୍ବର ବିହୀନ ଟ୍ରକ୍‌ ସହିତ ସମ୍ମୁଖରୁ ଧକ୍କା ହୋଇଥିଲା। ଫଳରେ ଡମ୍ପରଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୁଲିସ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।