29 April 2017
9:02:14 AM
image
Sambad News
ସୁନ୍ଦରଗଡ଼

ପଡ଼ିଆରୁ ଉଦ୍ଧାର ମହିଳାଙ୍କ ମୃତ୍ୟୁ

By Sambad | Date: Jan 7 2017 11:39AM
ପଡ଼ିଆରୁ ଉଦ୍ଧାର ମହିଳାଙ୍କ ମୃତ୍ୟୁ

ରାଉରକେଲା: ଜଗଦା ସିଏନ୍‌ଆଇ ପଡ଼ିଆରୁ ଗତକାଲି ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିବା ମହିଳାଙ୍କର ଆଜି ସକାଳେ ହସ୍ପିଟାଲରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ମହିଳା ଜଣଙ୍କ ସେକ୍ଟର-୩ ଥାନା ଅନ୍ତର୍ଗତ ବିଶ୍ୱକର୍ମା ବସ୍ତିର ଶାନ୍ତି ଶର୍ମା(୪୬) ବୋଲି ଜଣାପଡ଼ିଥିଲା। ତାଙ୍କୁ ଦୁଇଦିନ ତଳେ ସିଏନ୍‌ଆଇ ପଡ଼ିଆରୁ ଅଚେତ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହୟତାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ, ସେ ଅତ୍ୟଧିକ ନିଶାସେବନ କରିବା ସହ ତାଙ୍କ ବେକ ପାଖରେ ଖୁବ୍‌ ଜୋରରେ ମାଡ଼ ହୋଇଥିଲା। କିନ୍ତୁ ଆଜି ସକାଳେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳରେ ଝିରପାଣି ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ଝିିଅ ଅଞ୍ଜଳି ନାଗ ଓ ଜ୍ୱାଇଁ ଆକାଶ ନାଗଙ୍କୁ ହସ୍ତାନ୍ତର କରିଛନ୍ତି। ପୋଷ୍ଟମାର୍ଟମ୍‌ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

image