26 April 2017
1:33:31 PM
image
Sambad News
ସୁନ୍ଦରଗଡ଼

ଫୁଟ୍‌ପାଥ ଜବରଦଖଲ ଉଚ୍ଛେଦ ଆରମ୍ଭ

By Sambad | Date: Jan 12 2017 10:58AM
ଫୁଟ୍‌ପାଥ ଜବରଦଖଲ ଉଚ୍ଛେଦ ଆରମ୍ଭ

ରାଉରକେଲା: ରାଉରକେଲା ସ୍ୱାର୍ଟ ସିଟି ପରିଣତ ହୋଇସାରିବା ପରେ ସହରକୁ ସ୍ୱଚ୍ଛ ଓ ଟ୍ରାଫିକ୍‌ ସମସ୍ୟାକୁ ସୁଧାରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଏନେଇ ସହରରେ ଥିବା ବିଭିନ୍ନ ସ୍ଥାନରେ ବେଆଇନ୍‌ ଭାବେ ଫୁଟ୍‌ପାଥକୁ ମାଡ଼ି ବସିଥିବା ବ୍ୟବସାୟୀ, ରାସ୍ତାକଡ଼ ଉଠା ଦୋକାନିଙ୍କୁ ଗତକାଲି ସ୍ଥାନୀୟ ମହାନଗର ନିଗମ କମିସନର ଅକ୍ଷୟ ମଲ୍ଲିକ, ବସନ୍ତ ମିଶ୍ରଙ୍କ ସହ ଓ ଏଡ଼ିଏମ୍‌ ମନୀଷା ବାନାର୍ଜି ଡେଲିମାର୍କେଟ୍‌ ଅଞ୍ଚଳ ଗସ୍ତ କରି ସେଠାରେ  ଥିବା ମାଛ ମାର୍କେଟ ଓ ପାଦଚଲା ଫୁଟ୍‌ପାଥ ଉପରେ ନିଜ ଦୋକାନର ସାମଗ୍ରୀକୁ ରଖି ବହୁଦିନ ଧରି ବ୍ୟବସାୟ କରୁଥିବା ବ୍ୟବସାୟୀ, ରାସ୍ତାକଡ଼ ଠେଲା ଦୋକାନିଙ୍କୁ ବେଆଇନ୍‌ ଭାବେ ଫୁଟପାଥ ଦଖଲ ନ କରିବା, ରାସ୍ତାକଡ଼ରେ ଜବରଦଖଲ ନ କରିବା ପାଇଁ ବ୍ୟବସାୟୀଙ୍କୁ ଅବଗତ କରାଇଥିଲେ।

ଥାନୀୟ ପ୍ରଶାସନ ପକ୍ଷରୁ ଏହା ଅବଗତ କରାଯାଇଥିଲେ ସୁଦ୍ଧା ଆଜି ସକାଳ ୮ଟା ସମୟରେ ଡେଲିମାକେଟ୍‌ ଅଞ୍ଚଳରେ ଥିବା କିଛି ବ୍ୟବସାୟୀ ଏହାକୁ ମାନୁ ନ ଥିବାରୁ ତାଙ୍କୁ ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ନୋଟିସ୍‌ ଦିଆ ଯିବା ସହ ଉକ୍ତ ଅଞ୍ଚଳରେ ଥିବା  ୬ଟି ଦୋକନର ଫୁଟ୍‌ପାଥ ଉପରେ ରଖୁଥିବା ଦୋକାନ ସାମଗ୍ରୀକୁ ଉଚ୍ଛେଦ କରାଯାଇଥିଲା। ଏହି ଦଳ ପ୍ରତିଦିନ ବିଭିନ୍ନ ଓ୍ଵାର୍ଡରେ ବୁଲି ଜବରଦଖଲ, ବେଆଇନ୍‌ ଭାବେ ଠେଲାକୁ ଉଚ୍ଛେଦ କରିବାକୁ ଅବଗତ କରାଇବା ସହ ଏକ ସ୍ୱଚ୍ଛ ଓ ସବୁଜ ରାଉରକେଲା ସହ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ସୟୟତା ପାଇଁ ସହରବାସୀଙ୍କୁ ଅବଗତ କରାଯାଇଛି। ନଚେତ୍‌ ପ୍ରଶାସନ ପକ୍ଷରୁ କଡା ଆଇନ୍‌ ଲାଗୁ ହେବ ବୋଲି ସୂଚନା ମିଳିଛି।

image