24 September 2017
10:36:26 AM
Sambad News
ରାଜ୍ୟ

ନାସା ଯିବେ ୭ମ ଛାତ୍ରୀ ସୁଜ୍ଞାନୀ

ଅନ୍ତର୍ଜାତୀୟ ବିଜ୍ଞାନ ଅଲମ୍ପିଆଡ୍‌ ଟପର୍‌

By Sambad | Date: Aug 22 2017 2:08AM
ନାସା ଯିବେ ୭ମ ଛାତ୍ରୀ ସୁଜ୍ଞାନୀ

ରାଉରକେଲା : ନୂଆ ଦିଲ୍ଲୀର ସିଲଭର୍‌ ଜୋନ୍‌ ଫାଉଣ୍ଡେସନ୍‌ ଦ୍ୱାରା ପରିଚାଳିତ ଅନ୍ତର୍ଜାତୀୟ ବିଜ୍ଞାନ ଅଲମ୍ପିଆଡ୍‌-୨୦୧୬ର ଟପର୍‌ ହୋଇ ରାଉରକେଲା ସେକ୍ଟର-୬ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ରୀ ସୁଜ୍ଞାନୀ ଶତପଥୀ ଏବେ ଚର୍ଚ୍ଚାରେ। ଏଥିପାଇଁ ସିଲଭର ଜୋନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସେ ୨୦୧୮ ଏପ୍ରିଲରେ ୧୫ ଦିନ ପାଇଁ ନାସା ଯିବେ। ତାଙ୍କର ଏହି  ବିରଳ କୀର୍ତ୍ତି  ରାଉରକେଲା ଓ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ।

 
ବାସନ୍ତୀ କଲୋନିର ଜ୍ଞାନ ରଞ୍ଜନ ଶତପଥୀ ଓ ସୋଲିନା ଶତପଥୀଙ୍କ ଝିଅ ସୁଜ୍ଞାନୀ ବିଜ୍ଞାନ ଅଲମ୍ପିଆଡ୍‌-୨୦୧୬ର ପ୍ରଥମ ପର୍ଯ୍ୟାୟରେ୧୦୦ରୁ ୯୨ ନମ୍ବର ରଖି ଦ୍ୱିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ରୁ ୯୯ ନମ୍ବର ରଖି ଟପର୍‌ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ସେ ୯୭.୫ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଥିବା ସୁଜ୍ଞାନୀ ବାପା ଓ ମା’ଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦରୁ ଏପରି ଅଧିକ ନମ୍ବର ରଖି ଟପର ହୋଇପାରିଛନ୍ତି ବୋଲି କହିଛନ୍ତି।

image