23 September 2017
8:10:37 PM
Sambad News
ସୁନ୍ଦରଗଡ଼

ଆର୍‌ଏସ୍‌ପି ଇଡିଙ୍କ ବାସଭବନରେ ସିବିଆଇ ଚଢଉ

By Sambad | Date: Jan 8 2017 10:25PM
ଆର୍‌ଏସ୍‌ପି ଇଡିଙ୍କ ବାସଭବନରେ ସିବିଆଇ ଚଢଉ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କାର୍ଯ୍ୟ ବିଭାଗ ଇଡି ବି.ପି. ବର୍ମାଙ୍କ ସେକ୍ଟର-୧୯ ଏସ୍‌ବି-୩ ସ୍ଥିତ ବାସଭବନରେ ସିବିଆଇ ଚଢ଼ଉ କରିଛି। ଆଜି ସଂଧ୍ୟା ପ୍ରାୟ ୭ଟାରେ ସିବିଆଇ ତଦନ୍ତକାରୀ ଦଳ ଶ୍ରୀ ବର୍ମାଙ୍କ ବାସଭବନରେ ପଶି ବ୍ୟାପକ ତନାଘନା ଆରମ୍ଭ କରିଛନ୍ତି। ଶ୍ରୀ ବର୍ମା ବିଏସ୍‌ଏଲ୍‌ରେ ମହାପ୍ରବନ୍ଧକ ଥିବା ସମୟରେ ଦୁର୍ନୀତି ଓ ଅନିୟମିତତା କରିଥିବାରୁ ସିବିଆଇ ଚଢ଼ଉ କରିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଶ୍ରୀ ବର୍ମାଙ୍କୁ ଗତ ୬ ତାରିଖରେ ପଦୋନ୍ନତି ମିଳିଛି। ସେ ଆସନ୍ତା ଏପ୍ରିଲ ୧ ତାରିଖରେ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌(ବିଏସ୍‌ଏଲ୍‌)ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି। ସେଲ୍‌ ଅଧ୍ୟକ୍ଷ ପି.କେ. ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ପଦୋନ୍ନତିରେ ଆନୁଷ୍ଠାନିକ ମୋହର ଲଗାଇଥିଲା। ଶ୍ରୀ ବର୍ମା ଝାଡ଼ଖଣ୍ଡର ସିନ୍ଦ୍ରି ସ୍ଥିତ ବିର୍ସା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ କେମିକାଲ ଇଂଜିନିଅରିଂରେ ବି.ଟେକ୍‌ ପରେ ୧୯୮୩ ମସିହାରେ ବିଏସ୍‌ଏଲ୍‌ରେ ମ୍ୟାନେଜମେଣ୍ଟ୍‌ ଟେକ୍ନିକାଲ ଟ୍ରେନି ଭାବେ ଯୋଗ ଦେଇଥିଲେ।

image