29 March 2017
10:45:57 AM
Sambad News
ସୁନ୍ଦରଗଡ଼

ସାପ କାମୁଡ଼ାରେ ବଡ଼ଭାଇ ମୃତ, ସାନ ଗୁରୁତର

By Sambad | Date: Aug 24 2016 3:26PM
ସାପ କାମୁଡ଼ାରେ ବଡ଼ଭାଇ ମୃତ, ସାନ ଗୁରୁତର

ରାଉରକେଲା: ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ିବାରୁ ରାଜଗାଙ୍ଗପୁର ସହରର ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତରଭାବେ ଅସୁସ୍ଥ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ୍ୟୁବରଣ କରିଥିବା ନାବଳକଙ୍କ ନାମ ହେଉଛି ଅମର ଖାଖା(୬ ବର୍ଷ) ଓ ଆହତଙ୍କ ନାମ ଶିବ ଖାଖା(୪ ବର୍ଷ) । ମୃତକ ଓ ଅସୁସ୍ଥ ସଂପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି।