କିଛି ଜରୁରୀ କଥା ମନରେ ରହୁ
ଏକାମ୍ର କ୍ଷେତ୍ର ଐତିହ୍ୟ ପୁନର୍ବିନ୍ୟାସ - ଭାଗୀରଥି ମହାସୁଆର
ସମ୍ବାଦପତ୍ରରୁ ପଢ଼ିଲୁ ଏକାମ୍ର କ୍ଷେତ୍ରର ପୁନଃ ଉନ୍ନୟନ ଯୋଜନା ଦିଲ୍ଲୀର ଏକ ବୈଷୟିକ ସ˚ସ୍ଥାକୁ ଦିଆଯାଇଛି। ଏଥିରେ ଐତିହ୍ୟ ସୁରକ୍ଷା କଥା ସୂଚନା ଦିଆଯାଇଛି। ଏହି ସ˚ସ୍ଥାର ସ୍ଥାପତ୍ୟ ବିଶେଷଜ୍ଞମାନେ କ୍ଷେତ୍ର ପରିଦର୍ଶନ କରି ରାଜ୍ୟ ପୂର୍ତ୍ତ ବିଭାଗ ସଚିବଙ୍କ ସହ ଆଲୋଚନା ଶେଷ କରିଛନ୍ତି। ଇତି ମଧୢରେ ଲିଙ୍ଗରାଜ ମନ୍ଦିରର ପୂର୍ବ ଦିଗରେ ବିସ୍ତୀର୍ଣ୍ଣ ଅଞ୍ଚଳ ସଫା କରି ସମାନ କରାଯାଇ ସାରିଛି। ଏପରି ଘୋଷଣା ମଧୢ ହୋଇଛି ଯେ କାଳକ୍ରମେ ମନ୍ଦିର ସାମ୍ନା ଉଚ୍ଚ ହୋଇଯାଇ ବେଢ଼ାର ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ, ତେଣୁ ସାମ୍ନା ପଟ ରାସ୍ତାଟି ଅନ୍ତତଃ ଦୁଇ ମିଟର ନିମ୍ନ କରିଦିଆଯିବ। ଏ ଦିଗରେ ଗୋଟିଏ ପାର୍ଶ୍ବରୁ ଖୋଳାତଡ଼ା ଆରମ୍ଭ ହୋଇଯାଇଛି। ଜଳ ନିଷ୍କାସନ ନ ହେବାର ପ୍ରକୃତ କାରଣ କିନ୍ତୁ ଏପରି ନୁହେଁ। ପ୍ରକୃତ କାରଣ ହେଉଛି ମୁଖଶାଳା ସାମ୍ନାର ରାସ୍ତା ପର୍ଯ୍ୟନ୍ତ ପାହାଚ, ଯାହା ବେଢ଼ାକୁ ରାସ୍ତାଠାରୁ ଅନେକ ନିମ୍ନରେ ରଖିଛି। ତେଣୁ, ତରବର ନ ହୋଇ ଉପଯୁକ୍ତ ବିଚାର ଆଲୋଚନା ଜରିଆରେ ଏ ସମସ୍ୟାର ସମାଧାନ କରାଯିବା ଉଚିତ। ଏଥିପାଇଁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର ସହମତି ଓ ସକ୍ରିୟ ସହଯୋଗ ମଧ୍ୟ ଆବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଅନ୍ୟ ଏକ ବିକଳ୍ପ ରହିଛି। ବ୍ରିଟିସ୍ ଅମଳରେ (ଲର୍ଡ କର୍ଜନ୍ ବଡ଼ଲାଟ୍ ଥିବା ସମୟରେ) ମନ୍ଦିରର ଯେଉଁ ପ୍ରଥମ ଜୀର୍ଣ୍ଣ ସ˚ସ୍କାର କରାଯାଇଥିଲା, ସେଥିରେ ଜଳ ନିଷ୍କାସନ କଥା ଚିନ୍ତା କରାଯାଇଥିଲା। ଉପର ବେଢ଼ାରୁ ତଳ ବେଢ଼ାକୁ ଜଳ ଆସିବା ପାଇଁ ଏକ ବିରାଟ ନାଳ ନିର୍ମାଣ ହୋଇଥିଲା, ଯାହା ଆଜି ବି ସକ୍ରିୟ। ତଳ ବେଢ଼ାରୁ ମୁଖଶାଳା (ଗୋପୁର) ଦକ୍ଷିଣ ପଟେ ଏକ ଗଭୀର ନାଳ ନିର୍ମାଣ କରାଯାଇ ବର୍ଷା ଜଳ ପୂର୍ବ ପଟରେ ଏକ ଦୀର୍ଘ ନାଳରେ ଯାଉଥିଲା ବିଲମାଳକୁ। ସ୍ବାଧୀନ ସରକାର ବିଲ ରଖାଇ ଦେଇ ନାହାନ୍ତି। ତେଣୁ ସେ ନାଳଟି ନିଷ୍କ୍ରିୟ ହୋଇ ପଡ଼ି ରହିଛି ମୂଳ ଅ˚ଶରେ। ଏ ସରକାର ତା’ର ପୁନରୁଦ୍ଧାର କରିବେ ବୋଲି ଆମେ ଏହି ପ୍ରକ୍ରିୟାରେ ଜଡ଼ିତ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକଙ୍କ ଗଣମାଧୢମରେ ପ୍ରକାଶିତ ମନ୍ତବ୍ୟରୁ ସୂଚନା ପାଇଛୁ ଏ ନାଳକୁ ପୁନରୁଦ୍ଧାର କରି ଅଦୂରବର୍ତ୍ତୀ କେନାଲ ସହ ଯୋଡ଼ା ହୋଇପାରିବ। ଆଉ ଅଧିକ ଭଙ୍ଗାରୁଜା ପାଇଁ ଆଲୋଚନା ଓ ସର୍ଭେ ଚାଲିଛି। ଏଠାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ସମସ୍ତ ଓଡ଼ିଆଙ୍କ ଅବଗତି ନିମନ୍ତେ ଜଣାଉଛୁ। ଲିଙ୍ଗରାଜ ମନ୍ଦିର ବା ଏକାମ୍ର କ୍ଷେତ୍ର ଏକ ମୃତ ସ୍ମାରକୀ ନୁହେଁ, ତାଜମହଲ ବା କୋଣାର୍କ ପରି। ସେ ସବୁ ସ୍ଥାନକୁ ପର୍ଯ୍ୟଟକ ଯାଆନ୍ତି। ସେଗୁଡ଼ିକ ଲିଙ୍ଗରାଜ ମନ୍ଦିର ପରି ସକ୍ରିୟ ଧର୍ମାନୁଷ୍ଠାନ ନୁହନ୍ତି, ଯେଉଁଠି ଭକ୍ତ, ଯାନିଯାତ୍ରା ଓ ଦୈନନ୍ଦିନ ନୀତିକାନ୍ତି ମୁଖ୍ୟ। ସରକାରଙ୍କର ଆଭିମୁଖ୍ୟ ଯାହା, ଆମେ ଅନୁମାନ କରୁଛୁ କି କେବଳ ପର୍ଯ୍ୟଟକଙ୍କ ପ୍ରମୋଦ କଥା ତାଙ୍କ ମନରେ ଅଛି। ଯୋଜନା ସନ୍ତୁଳିତ ନ ହେଲେ ଭକ୍ତ, ଯାନିଯାତ୍ରା, ନୀତିକାନ୍ତି ଅସୁବିଧାଗ୍ରସ୍ତ ହେବେ। ଯେଉଁ ସାମାଜିକ ରୀତିନୀତିଗୁଡ଼ିକ ଏ ମନ୍ଦିର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ତାହା ମଧୢ ବାଧାପ୍ରାପ୍ତ ହେବାର ସମ୍ଭାବନା ରହୁଛି।
ଉଦାହରଣ ସ୍ବରୂପ, ମହାପ୍ରସାଦ ପାଇଁ ବିଭିନ୍ନ ଦ୍ରବ୍ୟ ମନ୍ଦିର ନିକଟକୁ ଅଣାଯିବ, ପ୍ରସ୍ତୁତି ଓ ଭୋଗ ପରେ ତା’ର ବିପଣନ ଓ ଯୋଗାଣ ପାଇଁ ସି˚ହଦ୍ବାର ଦେଇ ସେ ସବୁ ବାହାରି ଯିବ, ଏଥିପାଇଁ ହାଲୁକା ପରିବହନ ଯାନ ବ୍ୟବହାର ହେବାକୁ ବାଧୢ। ଉପରୋକ୍ତ ବିଧିବ୍ୟବସ୍ଥାଗୁଡ଼ିକ ପାଇଁ ପର୍ଯ୍ୟାପ୍ତ ସୁବିଧା କରିବାକୁ ନକ୍ସା ପ୍ରସ୍ତୁତକାରୀ ସ˚ସ୍ଥାକୁ ଆବଶ୍ୟକ ପରାମର୍ଶ ଦିଆଯାଇନାହିଁ। ସେଥିରେ କେବଳ ପର୍ଯ୍ୟଟକ ସୁବିଧା (Tourist ammenities) କଥା କୁହାଯାଇଛି।
ଏତେ ଭଙ୍ଗାରୁଜା, ଖୋଳତାଡ଼ ଓ ରାତି ଦିନ ଲାଗି କୋଟି କୋଟି ଟଙ୍କା ବ୍ୟୟ କ’ଣ କେବଳ ପର୍ଯ୍ୟଟକଙ୍କ ପାଇଁ? ଭକ୍ତ, ନିତ୍ୟ ସେବା, ଦୈନନ୍ଦିନ କାରିକାଗୁଡ଼ିକ ପାଇଁ କ’ଣ ହେଉଛି? ଭକ୍ତ ଓ ପର୍ଯ୍ୟଟକ ଦୁଇଟି ଭିନ୍ନ ପ୍ରଜାତି। ପର୍ଯ୍ୟଟକ ନିଜ ଆଖିକୁ ଖୁସି କରାଇ କିଛି ସ୍ମୃତି ସ˚ଗ୍ରହ କରି ଫେରିଯାଏ। କିନ୍ତୁ ଭକ୍ତ ଦୈନନ୍ଦିନ ଆସନ୍ତି, ବାରମ୍ବାର ଆସନ୍ତି, ପୂଜାପର୍ବରେ ଆସନ୍ତି, ଯାତ୍ରା-ମଉଛବରେ ଆସନ୍ତି, ଏଠାରେ ରହି ପୂଜାପାଠ କରନ୍ତି, ମହାପ୍ରସାଦ ଖୋଜନ୍ତି ଏବ˚ ସାମାଜିକ ଅନୁଷ୍ଠାନ (ବ୍ରତ ଓ ବିବାହ ଇତ୍ୟାଦି ପାଇଁ ମନ୍ଦିର ସହ ଯୋଡ଼ା) ତଥା ମହାପ୍ରସାଦ ଉପରେ ନିର୍ଭରଶୀଳ। ଭକ୍ତ ଆସିଲେ ପ୍ରଥମେ ଖୋଜନ୍ତି ଜୋତା-ଚପଲ ରଖିବା ସ୍ଥାନ, ଗୋଡ଼ହାତ ଧୋଇବା ସ୍ଥାନ, ଭୋଗ, ଫୁଲ, ଦୀପ, ନଡ଼ିଆ, ଧୂପ ଓ ପତାକା ମିଳିବା ସ୍ଥାନ। ସେ ସବୁ ଯଦି ୭୫ ମିଟର ଦୂରକୁ ଠେଲି ହୋଇଯାଏ ପର୍ଯ୍ୟଟକଙ୍କ ଆଖି ରୋଚନା ପାଇଁ, ତେବେ ଏହା ମନ୍ଦିର ପରିବର୍ତ୍ତେ ପ୍ରଦର୍ଶନୀ ହୋଇଯିବ। ରୋଷ ପାଇଁ କାଠ, ହାଣ୍ତି, ରସଦ, ଚାଉଳ ବସ୍ତା ଓ ଅନ୍ୟାନ୍ୟ କଥା କ’ଣ ମଣିଷ ପିଠିରେ ବୁହା ହୋଇ ଆସିବ ୨୫୦ ଫୁଟ ଦୂରରୁ? ସାମାଜିକ ଆବଶ୍ୟକତା ପାଇଁ ମହାପ୍ରସାଦ କ’ଣ ଭକ୍ତର ଯାନ ନିକଟକୁ ଯିବ ୩୦୦ ଫୁଟ ଦୂରକୁ? ଏହି ସାମୟିକ ଆବଶ୍ୟକତା ପାଇଁ ସି˚ହଦ୍ବାର ନିକଟକୁ ଯାନ ଆସିବା ବ୍ୟବସ୍ଥା ରହିବା ଉଚିତ।
ଏ ଯୋଜନାର ଚିଠା ସେହି ବିଶେଷଜ୍ଞ ସ˚ସ୍ଥା କରିବାକୁ ଯାଉଛି, ଯେ କେବଳ ପର୍ଯ୍ୟଟକଙ୍କ ସୁବିଧା ବିଷୟରେ ଅଭିଜ୍ଞ। ଯେତେବେଳେ ଏକ ଐତିହାସିକ ପୁନର୍ଗଠନ ହେବାକୁ ଯାଉଛି, ତାହା ଆସନ୍ତା ହଜାରେ ବର୍ଷ ପାଇଁ ସୁବିଧା କରିବା ଭଳି ଦୂରଦୃଷ୍ଟିରେ ହେବା ସର୍ବାଦୌ ଉଚିତ। ଏଥିପାଇଁ ବର୍ତ୍ତମାନ ଯୋଜନାରେ ସ˚ଶ୍ଳିଷ୍ଟ ଅଧିକାରୀମାନଙ୍କର ଧାରଣା କେତେ ସ୍ପଷ୍ଟ, ତାହା ଜଣାନାହିଁ। କାରଣ ଏମାନେ ଐତିହ୍ୟ କାହାକୁ ଭାବୁଛନ୍ତି, ତାହା ବୁଝି ହେଉନାହିଁ। ଇତିହାସରେ ଗଡ଼ି ଆସିଥିବା ଏବ˚ ସାମାଜିକ ଚଳଣିରେ ମିଶି ଯାଇଥିବା କଥା ଗୁଡ଼ିକ ମଧୢ ଐତିହ୍ୟ।
ଏ ନେଇ ଗଭୀର ଚିନ୍ତା କରାଯାଉ।
ଯମେଶ୍ବର ପାଟଣା, ଭୁବନେଶ୍ବର-୨
ମୋ: ୭୭୩୫୫୦୭୯୫୧