ବିଲୁପ୍ତପ୍ରାୟ ଆଙ୍ଗ୍‍ଲୋ-ଇଣ୍ଡିଆନ୍‍

ଝରକା

ସ୍ୱାଧୀନତୋତ୍ତର ଭାରତରେ ଆଙ୍ଗ୍‍ଲୋ-ଇଣ୍ଡିଆନ୍‍ମାନଙ୍କ ସଂଖ୍ୟାରେ ତୀବ୍ର ହ୍ରାସ ଘଟିଛି। ୧୯୫୧ ମସିହାରେ ଏମାନଙ୍କ ସଂଖ୍ୟା ୧,୧୧,୬୩୭ ଥିବା ବେଳେ ୨୦୧୧ ଜନଗଣନାରେ ମାତ୍ର ୨୯୬ ଜଣ ଆଙ୍ଗ୍‍ଲୋ-ଇଣ୍ଡିଆନ୍ ରହିଥିବା କଥା ଜଣାପଡ଼ିଛି। ଏତେ କମ୍ ସଂଖ୍ୟକ ଏକ ସମୁଦାୟ ପାଇଁ ସଂସଦ ଓ ବିଧାନସଭାରେ ଆସନ ଆରକ୍ଷଣର କୌଣସି ଯଥାର୍ଥତା ନାହିଁ ବୋଲି ବିଚାର କରାଯାଇ ୧୨୬ତମ ସମ୍ବିଧାନ ସଂଶୋଧନ ଦ୍ବାରା ସେମାନଙ୍କ ଲାଗି ଥିବା ଏହି ବ୍ୟବସ୍ଥାର ଉଚ୍ଛେଦ କରି ଦିଆଯାଇଛି। ପୂର୍ବରୁ ସମ୍ବିଧାନର ଅନୁଚ୍ଛେଦ ୩୩୧ ଅନୁଯାୟୀ ଲୋକସଭା ଲାଗି ଆଙ୍ଗ୍‍ଲୋ-ଇଣ୍ଡିଆନ୍‍ଙ୍କ ସକାଶେ ଦୁଇଟି ଆସନ ଏବଂ ୧୪ଟି ରାଜ୍ୟର ବିଧାନସଭାରେ ଗୋଟିଏ ଲେଖାଏଁ ଆସନର ଆରକ୍ଷଣ ବ୍ୟବସ୍ଥା ରହିଥିଲା।

ଇଂରେଜ ପିତା ଓ ଭାରତୀୟ ମାତାଙ୍କ ଠାରୁ ଭାରତରେ ଜନ୍ମିତ ଏହି ସମୁଦାୟର ପ୍ରତିନିଧିତ୍ବ ପାଇଁ ସମ୍ବିଧାନରେ ଅନୁଚ୍ଛେଦ ୩୩୧ ଯୋଡ଼ା ଯାଇଥିଲା। ତେବେ ଏ ସଂଦର୍ଭରେ ଯାହା ବିମର୍ଷକର ତାହା ହେଉଛି ଭାରତରେ ବସବାସ କରୁଥିବା ଏକ ବିରଳ ଗୋଷ୍ଠୀ ସ୍ବାଧୀନତା ପ୍ରାପ୍ତିର ସାତ ଦଶକ ଭିତରେ ବିଲୟର ଦ୍ବାର ଦେଶରେ। ଯଦିଓ ‘ରେଜିଷ୍ଟ୍ରାର ଅଫ୍ ଇଣ୍ଡିଆ’ ସୂତ୍ରରୁ ପ୍ରକାଶ ଯେ ଅନେକ ଆ‌େଙ୍ଗ୍ଲା ଇଣ୍ଡିଆନ ହୁଏତ ନିଜକୁ ସେଭଳି ଭାବେ ପରିଚିତ କରାଇ ନ ଥିବାରୁ ଏଭଳି ଏକ କମ୍‌ ସଂଖ୍ୟା ଦେଖିବାକୁ ମିଳିଛି। କିନ୍ତୁ ତା ସତ୍ତ୍ବେ ଏହା ସ୍ବୀକାର କରିବାକୁ ହେବ ଯେ ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଏବଂ ଏଥି ସହ ଆଚାର ବ୍ୟବହାର, ପୋଷାକପତ୍ର, କଥାବାର୍ତ୍ତାର ଶୈଳୀ, ନୃତ୍ୟ-ସଂଗୀତ ଆଦି ଦୃଷ୍ଟିରୁ ଏକ ବିରଳ ଓ ମନୋରମ ପରଂପରାର ବାହକ ଏହି ଆ‌େଙ୍ଗ୍ଲା ଇଣ୍ଡିଆନମାନେ ଆମ ଭିତରୁ କ୍ରମେ ଅପସାରିତ ହୋଇଯିବା ଆମ ଭଳି ଭାରତୀୟଙ୍କୁ ବ୍ୟଥିତ କରୁଛି।

ସମ୍ବନ୍ଧିତ ଖବର