ଦୃଷ୍ଟିପାତ: ମହାତ୍ମା ଗାନ୍ଧୀ ଆତ୍ମହତ୍ୟା କଲେ କିପରି?

ଗୁଜରାଟର ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ‘ଇଣ୍ଟରନାଲ’ ପରୀକ୍ଷାର ଗୋଟିଏ ପ୍ରଶ୍ନ ଏହିଭଳି ଥିଲା- ମହାତ୍ମା ଗାନ୍ଧୀ କିଭଳି ଆତ୍ମହତ୍ୟା କରିଥିଲେ? ମହାତ୍ମା ଗାନ୍ଧୀ ଜନ୍ମ ଲାଭ କରିଥିବା ତାଙ୍କ ନିଜ ରାଜ୍ୟର ଗୋଟିଏ ସ୍କୁଲରେ ଏଭଳି ପ୍ରଶ୍ନଟିଏ କେବଳ ରାଜ୍ୟର ଶିକ୍ଷା ବିଭାଗ ପ୍ରତି ଅସ୍ବସ୍ତିକର ହୋଇନାହିଁ, ଏହା ଗଭୀର ଉଦ୍‌ବେଗର କାରଣ ମଧୢ ହୋଇଛି। ବର୍ତ୍ତମାନ କରାଯାଉଥିବା ମହାତ୍ମା ଗାନ୍ଧୀଙ୍କ ପ୍ରମାଦପୂର୍ଣ୍ଣ ମୂଲ୍ୟାୟନ, ସମାଲୋଚନା ଓ ନିନ୍ଦାଗାନ ସହିତ ଆଉ ଯେଉଁ ଏକ ବିଡ଼ମ୍ବନା ଯୋଡ଼ି ହୋଇଯାଇଛି, ତାହା ହେଉଛି ତାଙ୍କ ବିଷୟରେ ଘୋର ଅଜ୍ଞତା।

ନିକଟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଗୋଟିଏ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବର୍ଗର ତରୁଣ ଏବ˚ ମଧୢ ବୟସ୍କଙ୍କୁ ତାଙ୍କ ବିଷୟରେ କିଛି ସାଧାରଣ ଜ୍ଞାନର ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ନିତାନ୍ତ ନିରାଶାଜନକ ଥିଲା। ସେହି ପରୀକ୍ଷାର ଭିଡିଓ ଭାଇରାଲ ହେବା ପରେ ଗାନ୍ଧୀଙ୍କୁ ନେଇ ରହିଥିବା ଘୋର ଅଜ୍ଞତା କଥା ଜଣା ପଡ଼ିଥିଲା। ସେଥିରେ ଅଧିକା˚ଶ ଲୋକ ମହାତ୍ମା ଗାନ୍ଧୀଙ୍କ ପୂରା ନାମ କହିପାରି ନ ଥିଲେ। ଗାନ୍ଧୀଜିଙ୍କ ମାଆଙ୍କ ନାମ ମଧୢ କେହି କହିପାରି ନ ଥିଲେ ଏବ˚ ଯେଉଁମାନେ କହିଥିଲେ ସେମାନଙ୍କ ଉତ୍ତର ଥିଲା କସ୍ତୁରବାଇ। ଏପରିକି ଅନେକ ତରୁଣ ବର୍ଗର ଶିକ୍ଷିତ ଯୁକବଯୁବତୀ କହିଥିଲେ ମହାତ୍ମା ଗାନ୍ଧୀଙ୍କ କନ୍ୟାଙ୍କ ନାମ ଇନ୍ଦିରା ଗାନ୍ଧୀ।

ଏହା ଅବଶ୍ୟ ସତ ଯେ ଏହି ଭିଡ଼ିଓରେ ସ୍ଥାନୀତ ଲୋକମାନଙ୍କୁ ଏକ ନମୁନା ଭାବେ ଗ୍ରହଣ କରାଯାଇ ନ ପାରେ, କିନ୍ତୁ ଏଥିରୁ ମହାତ୍ମା ଗାନ୍ଧୀଙ୍କୁ ନେଇ ବଢ଼ି ଚାଲିଥିବା ଅଜ୍ଞତା ବିଷୟରେ କିଛିଟା ଝଲକ ମିଳେ। ଗାନ୍ଧୀଙ୍କ ମୃତ୍ୟୁ ପରେ ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ କହିଥିଲେ ଯେ ଆଗାମୀ ପିଢ଼ି ହୁଏତ ବିଶ୍ବାସ କରି ନ ପାରନ୍ତି ଯେ ରକ୍ତମା˚ସଧାରୀ ଏଭଳି ଜଣେ ମଣିଷ ଏ ପୃଥିବୀରେ ପାଦ ଦେଇଥିଲା। ସେ ତାଙ୍କ ମନ୍ତବ୍ୟରେ ଗାନ୍ଧୀଜିଙ୍କ ବ୍ୟକ୍ତିତ୍ବର ଅବିଶ୍ବସନୀୟ ବିଭାବ ବିଷୟରେ କହିବାକୁ ଚାହିଁଥିଲେ। କିନ୍ତୁ ସେ ଭାବି ନ ଥିଲେ ଯେ ଭାରତରେ ଆଗାମୀ ପିଢ଼ି ଗାନ୍ଧୀଙ୍କୁ ନେଇ ଏଭଳି ଅଜ୍ଞ ରହିବେ! ଗୁଜରାଟ ସ୍କୁଲରେ କିଭଳି ଏମିତି ପ୍ରଶ୍ନଟିଏ ପଚରାଗଲା, ସେ ବିଷୟରେ ଅନୁସନ୍ଧାନ ଚାଲିଛି। ଅନୁସନ୍ଧାନ ପରେ ନିର୍ଯାସ କ’ଣ ବାହାରିବ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଲା, ଏ ଅଜ୍ଞତା ବି˚ଶ ଶତାବ୍ଦୀର ଶ୍ରେଷ୍ଠତମ ମାନବଙ୍କୁ ନିଜ ଦେଶରେ ବି ଅପରିଚିତ କରି ପକାଇବ ନାହିଁ ତ?

ସମ୍ବନ୍ଧିତ ଖବର